ଅପରାଧ ଗଞ୍ଜେଇ ଗାଡିକୁ ଗୋଡାଇ ଗୋଡାଇ ଧରିଲା ଅବକାରୀ ବିଭାଗ – ଦୁଇ ଗିରଫ Angul OnlineSeptember 22, 2023September 22, 2023 ଅନୁଗୁଳ – କାରରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗକୁ ଦେଖି ପଳାଉଥିଲେ । ଗଞ୍ଜେଇ ଗାଡିକୁ ପ୍ରାୟ ୧୦ କିମି ପିଛା କରି ଧରିଲେ ଅବକାରୀ ବିଭାଗ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ରେ ଘଟିଛି । ସୂଚନା ଅନୁସାରେ ବୌଦ୍ଧରୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ବୌଦ୍ଧ- ଆଠମଲ୍ଲିକ ରାସ୍ତାରେ ଜଗି ବସିଥିଲା । ଏକ କାରରେ ଦୁଇଜଣ ବେପାରୀ ଗଞ୍ଜେଇ ନେଇ ଆସୁଥିବା ବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗକୁ ଦେଖି କାରଟି ଦ୍ରୁତ ଗତିରେ ଫେରାର ହୋଇ ଯିବାକୁ ଚେଷ୍ଟା କରିଥିଲା । ଅବକାରୀ ବିଭାଗ କର୍ମଚାରୀ ମାନେ କାରକୁ ଗୋଡ଼ାଇ ଥିଲେ । ଶେଷରେ ଆଠମଲ୍ଲିକ ଗାନ୍ଧୀ ଛକଠାରେ କାରଟିକୁ ଅଟକାଇବାରେ ସଫଳ ହୋଇଥିଲେ । ଜାଞ୍ଚ ବେଳେ କାରରୁ ଦୁଇଟି ପ୍ୟାକେଟରେ ୪୫ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ବୌଦ୍ଧ ଜିଲ୍ଲାରୁ ବାହାର ରାଜ୍ୟକୁ ଏହି ଗଞ୍ଜେଇ ଚାଲାଣ କରୁଥିବା ବୌଦ୍ଧ ଜିଲ୍ଲା ଉଦୟପୁରର ସୁଶାନ୍ତ ମହନନ୍ଦିଆ ଓ ସୁଶୀଲ ମହନନ୍ଦିଆ ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।ଏହି ଚଢାଉ ବେଳେ ଅବକାରି ବିଭାଗର ଆଠମଲ୍ଲିକ ଅଧିକାରି ଧରଣୀଧର ପ୍ରହରାଜ , ଏ ଏସ ଆଇ ରମେଶ ବେହେରା ଓ ଅନ୍ଯାନ୍ଯ କର୍ମଚାରୀ ଉପସ୍ଥିତ ଥିଲେ । Advertisement
ସରକାରୀ ଜମିକୁ ନିଜ ଜମି କହି ବିକ୍ରି – ଠକେଇ ଅଭିଯୋଗରେ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ…
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…