ଅପରାଧ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା Angul OnlineAugust 13, 2021August 13, 2021 ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ବାହାଳସାହିର ସରତ ସାହୁ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ଆଇସିଆଇସିଆଇ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ନିଜ ମୋଟର ସାଇକେଲ ଡିକିରେ ରଖିଥିଲେ । ସେଠାରୁ ସେ ବ୍ଲକ ପରିସରରେ ଗାଡି ରଖି ବ୍ଲକ ଭିତରକୁ କୌଣସି କାମରେ ଯାଇଥିଲେ । ତେବେ ବ୍ଲକ ଭିତରୁ ଆସିବା ପରେ ତାଙ୍କ ଡିକି ଭଙ୍ଗା ଯାଇଥିବା ଆଉ ସେଥିରେ ଟଙ୍କା ନଥିବା ଦେଖିଥିଲେ । କୌଣସି ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କ ଟଙ୍କା ଲୁଟି ନେଇଥିବା ଜାଣି ସେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି । Advertisement
ଡିକି ଭାଙ୍ଗି ଟଙ୍କା ଲୁଟେରାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ଅନୁଗୁଳ – ଚୋରଙ୍କୁ ବାନ୍ଧି ନିର୍ଧୁମ ପିଟିଲେ ଲୋକ । ଖୁଣ୍ଟ ରେ ବାନ୍ଧିଦେଲେ ଆଉ ତାପରେ ଯିଏ ପାରିଲା ବିଧା , ଆଣ୍ଠୁଆ ମାରି ଚାଲିଲା…
ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ – ଠକକୁ ବାନ୍ଧିଲା ପୁଲିସ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିରେ ରହିଥିବା ସାଇଲୋରେ ଚାକିରୀ କରାଇଦେବା କହି ୨୦ ଲକ୍ଷ ଟଙ୍କା ଠକିନେଲେ ତିନି ଜଣ ଠକ…
୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ…