ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ପେଟ୍ରୋଲ ପମ୍ପ ନିକଟରେ ଏକ ନିଅଁ ଖୋଳା ଯାଇଥିବା ଗାତରେ ପଡି ଜଣେ ୧୨ ବର୍ଷର ବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ଜଣଙ୍କ ହେଲେ କୋଶଳା ଗାଁର ପବିତ୍ର ନାଏକଙ୍କ ପୁଅ ସିଲଟୁ ନାଏକ । ସୂଚନା ଅନୁସାରେ, କୋଶଳା ଗାଁର ସିଲୁଟ ନାଏକ ସାଙ୍ଗଙ୍କ ସହିତ ଖେଳୁଥିବା ବେଳେ ପ୍ରଭଞ୍ଜନ ବେହେରାଙ୍କ ବାରିରେ ଘର ତିଆରି ପାଇଁ ଖୋଳା ଯାଇଥିବା ପିଲର ଫାଉଣ୍ଡେସନ ଗାତରେ ପଡିଯାଇଥିଲେ । ଗାତରେ ପାଣି ଭରି ରହିଥିବା ବେଳେ ସିଲଟୁଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଖବର ପାଇ ସ୍ଥାନୀୟ କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ପହଁଚି ଘଟଣାର ତଦନ୍ତ ଚଳାଇଛି ।
ନିଅଁ ଗାତରେ ପଡି ନାବାଳକ ମୃତ
