ମୁଖ୍ୟ ଖବର ଦୁଇ ମଟରସାଇକେଲ ମୁହାଁ ମୁହିଁ ଧକ୍କା , ନାବାଳିକା ମୃତ,୩ ଗୁରୁତର Angul OnlineDecember 30, 2021December 30, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଭଟ୍ଟପାଳ ଗ୍ରାମ ଠାରେ ଗୁରୁବାର ମଧ୍ୟାହ୍ନରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ନୁଆଗାଁ ଗ୍ରାମର ବୁନୀ ପ୍ରଧାନ(୭) ଓ ଗୁରୁତର ମାନେ ହେଲେ ଉକ୍ତ ଗ୍ରାମର ବୁନୁ ପ୍ରଧାନ(୭),ବାବୁଲି ପ୍ରଧାନ(୪୦) ଓ ଉକ୍ତ ଥାନାର ଜରିପାଳ ଗ୍ରାମର ବସନ୍ତ ମାଝି । ସୂଚନା ଅନୁସାରେ ଗଡମଣ୍ଡଳ-ନୁଆଗାଁ ରାସ୍ତାରେ ନୁଆଗାଁ ଗ୍ରାମର ବାବୁଲି ତାଙ୍କ ଯମଜ ସନ୍ତାନ ପୁଅ ବୁନୁ ଓ ଝିଅ ବୁନୀଙ୍କୁ ମୋଟରସାଇକେଲରେ ଧରି ନିଜ ଗ୍ରାମରୁ ଗଡମଣ୍ଡଳ ଆଡକୁ ଆସୁଥିବାବେଳେ ଅପର ପକ୍ଷରୁ ଜରିପାଳ ଗ୍ରାମର ବସନ୍ତ ଗଡମଣ୍ଡଳରୁ ନିଜ ଗ୍ରାମ ଜରିପାଳକୁ ଯାଉଥିବାବେଳେ ଭଟ୍ଟପାଳ ଗ୍ରାମଠାରେ ଦୁଇ ମଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ମଟରସାଇକେଲରେ ଯାଉଥିବା ୪ଜଣ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସମସ୍ତ ଗୁରୁତରଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ୨ଟି ଆମ୍ବୁଲାନସରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ବୁନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣା ଗ୍ରସ୍ତ ମୋଟରସାଇକେଲ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ଅଜଣା ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ…
ଗ୍ୟାସ ଏଜେନ୍ସିରେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ଅନୁଗୋଳ – ଅନୁଗୋଳ କୁମଣ୍ଡ ଭଣ୍ଡୁବର ନିକଟରେ ଗ୍ୟାସ ଏଜେନ୍ସିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଏକ ମୋଟରସାଇକେଲ ସମେତ ଜଳିଗଲା ଜରୁରୀ…
ସ୍ଵାୟତ ଶାସନ ଦିବସକୁ ବର୍ଜନ କଲେ ବିଜେଡ଼ି କାଉନସିଲର ସମେତ ପୌରାଧ୍ୟକ୍ଷ ତାଳଚେର – ୧୯୫୨ ମସିହାରେ ସ୍ଥାପିତ ତାଳଚେର ପୌରପାଳିକା ତା’ର ୭୧ ତମ ଜନ୍ମ ଦିବସ ତଥା ସ୍ବାୟତ୍ତ ଶାସନ ଦିବସ ପାଳନ କରିଥିବାବେଳେ ଅବ୍ୟବସ୍ଥା ଭିତରେ…