Uncategorized ଘର ଭିତରେ ପଶି ଗୁଳିମାଡ – ଲୁଟିନେଲେ ସୁନା ଗହଣା Angul OnlineNovember 16, 2021November 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁରେ ଆଜି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଗୁଳିମାଡ଼ କରି ଲୁଟ କରିବା ପରେ ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁଳି ମାଡରେ ଘରେ ଥିବା ସୁଲୋଚନା ନାମକ ଜଣେ ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୁଚନା ଅନୁସାରେ ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମାର ପଦିଆସାହିର ସୁଲୋଚନା ପ୍ରଧାନଙ୍କ ଘରେ ହଠାତ ୩ ଜଣ ଦୁର୍ବୃତ୍ତ ସନ୍ଧ୍ୟା ପ୍ରାୟ ୮ ତା ସମୟରେ ପଶିଥିଲେ । ସେହି ସମୟରେ ସୁଲୋଚନା ତାଙ୍କ ବୋହୁ ସାଙ୍ଗରେ ଟିଭି ଦେଖୁଥିଲେ । ସୁଲୋଚନାଙ୍କ କହିବା ଅନୁଯାଇ ଏହି ଦୁର୍ବୃତ୍ତ ମାନେ ତାଙ୍କୁ ଗୁଣିଗାରେଡି କରୁଛ ବୋଲି କହି ପାଟି ତୁଣ୍ଡ କରିଥିଲେ । ଏହାପରେ ଗୁଳି ମାଡ଼ କରି ସୁଲୋଚନାଙ୍କ ଘରୁ ବୋହୁରା ଥିବା ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ । ଘର ମାଲିକାଣି ସୁଲୋଚନା ସାହୁଙ୍କ ବାମ କାନ୍ଧରେ ଗୁଳି ବାଜିଥିଲା । ତିନି ଦୁର୍ବୃତ୍ତ ମୋଟରସାଇକେଲରେ ଆସିଥିବା ବେଳେ ଲୁଟକରି ଫେରାର ହୋଇଯାଇଥିବା ଜଣା ପଡିଛି । ସୁଲୋଚନା ସେମାନଙ୍କୁ ଜାଣି ନଥିବା କହିଛନ୍ତି । ଗୁରୁତର ସୁଲୋଚନାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି । ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଏହି ଗୁଳିକାଣ୍ଡ ପଛରେ ଆଉ କିଛି କାରଣ ଅଛି ନା ଲୁଟ ଉଦ୍ୟେଶ କରା ଯାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ଜିଲ୍ଲାପାଳଙ୍କ ପ୍ରଶଂସା ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟରତ…
ଅନୁଗୁଳ କପ ୨୦୨୫ – କିଟ ଚମ୍ପିୟାନ ଅନୁଗୁଳ – ଅନୁଗୁଳ ବାସନ୍ତୀ ଭଳିବଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଆମନ୍ତ୍ରଣୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ କପ ୨୦୨୫ ଉଦଯାପିତ ହୋଇ ଯାଇଛି ।…
ଚାକିରି ନାଁରେ ଠକେଇ – ମାଷ୍ଟର ମାଇଣ୍ଡ ଦମ୍ପତି ଗିରଫ * ୨ କୋଟିରୁ ଅଧିକ ଟଙ୍କା ଠକି ଥିବା ସ୍ପଷ୍ଟ । * ଓଡିଶା ସମେତ ୭ ରାଜ୍ୟରେ କରିଥିଲେ ଠକେଇ । * ନକଲି ପେପର…