Uncategorized ଘର ଭିତରେ ପଶି ଗୁଳିମାଡ – ଲୁଟିନେଲେ ସୁନା ଗହଣା Angul OnlineNovember 16, 2021November 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁରେ ଆଜି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଗୁଳିମାଡ଼ କରି ଲୁଟ କରିବା ପରେ ୩ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗୁଳି ମାଡରେ ଘରେ ଥିବା ସୁଲୋଚନା ନାମକ ଜଣେ ମହିଳା ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୁଚନା ଅନୁସାରେ ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମାର ପଦିଆସାହିର ସୁଲୋଚନା ପ୍ରଧାନଙ୍କ ଘରେ ହଠାତ ୩ ଜଣ ଦୁର୍ବୃତ୍ତ ସନ୍ଧ୍ୟା ପ୍ରାୟ ୮ ତା ସମୟରେ ପଶିଥିଲେ । ସେହି ସମୟରେ ସୁଲୋଚନା ତାଙ୍କ ବୋହୁ ସାଙ୍ଗରେ ଟିଭି ଦେଖୁଥିଲେ । ସୁଲୋଚନାଙ୍କ କହିବା ଅନୁଯାଇ ଏହି ଦୁର୍ବୃତ୍ତ ମାନେ ତାଙ୍କୁ ଗୁଣିଗାରେଡି କରୁଛ ବୋଲି କହି ପାଟି ତୁଣ୍ଡ କରିଥିଲେ । ଏହାପରେ ଗୁଳି ମାଡ଼ କରି ସୁଲୋଚନାଙ୍କ ଘରୁ ବୋହୁରା ଥିବା ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ । ଘର ମାଲିକାଣି ସୁଲୋଚନା ସାହୁଙ୍କ ବାମ କାନ୍ଧରେ ଗୁଳି ବାଜିଥିଲା । ତିନି ଦୁର୍ବୃତ୍ତ ମୋଟରସାଇକେଲରେ ଆସିଥିବା ବେଳେ ଲୁଟକରି ଫେରାର ହୋଇଯାଇଥିବା ଜଣା ପଡିଛି । ସୁଲୋଚନା ସେମାନଙ୍କୁ ଜାଣି ନଥିବା କହିଛନ୍ତି । ଗୁରୁତର ସୁଲୋଚନାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଛି । ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ତେବେ ଏହି ଗୁଳିକାଣ୍ଡ ପଛରେ ଆଉ କିଛି କାରଣ ଅଛି ନା ଲୁଟ ଉଦ୍ୟେଶ କରା ଯାଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ମଲଟି ଡିସିପ୍ଲିନାରୀ ଟିମର ଚଢ଼ାଉ – ମଦ ଦୋକାନ , ହୋଟେଲ ସିଲ ଛେଣ୍ଡିପଦା – ଅନୁଗୁଳ ଉପ -ଜିଲାପାଳ ବୈତୁରା ଦୀପଙ୍କ ନିର୍ଦ୍ଦେଶରେ ସୋମବାର ମଲଟି ଡିସିପ୍ଲିନାରୀ ଟିମ ପକ୍ଷରୁ ଛେଣ୍ଡିପଦା ଅଞ୍ଚଳରେ ଥିବା ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ…
ରଘୁନାଥଙ୍କ ସ୍ମୃତିରେ ରକ୍ତଦାନ ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ଏକାଦଶାହ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରଠାରେ ଏହି…
୫ବର୍ଷ ଶିଶୁ କନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ! ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୁଲିସ ଶନିବାର ଉଦ୍ଧାର କରିଥିବା…