ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ବିଧାୟକ

ଅନୁଗୁଳରେ ବହୁ ସମୟରେ ଲୋକ ମାନେ ବିଦ୍ୟୁତ୍ ବିଭାଗ ଦ୍ଵାରା ଅଘୋଷିତ ବିଦ୍ୟୁତ୍ କାଟ୍,ଲୋ-ଭୋଲଟେଜ୍ ସମସ୍ଯା , ମାତ୍ରାଧିକ ବିଲ୍ ଦେବା , ଫାଇନ୍ କରିବା ଇତ୍ୟାଦି ବିଭିନ୍ନ ସମସ୍ୟାରେ ଦହଗଞ୍ଜ ହେଉଛନ୍ତି । ଏହାର ସମାଧାନ ନିମନ୍ତେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ଏହି କାରଣରୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅସନ୍ତୋଷ ପ୍ରକାଶ କରିବା ସହ ଥାନା ଛକ ନିକଟରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଖବର ପାଇ ବିଦ୍ୟୁତ୍ ବିଭାଗ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ମାନସ କର କାର୍ଯ୍ୟାଳୟକୁ ଆସି ବିଧାୟକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆଗକୁ ଏହିପରି ହେବ ନାହିଁ ବୋଲି କହିବା ସହ ସମସ୍ୟାର ସମାଧାନ ଲାଗି ଉପଯୁକ୍ତ ପଦକ୍ଷେପ ନେବାରେ ପ୍ରତିଶ୍ରୁତି ଦେବା ପରେ ବିଧାୟକ ତାଲା ଖୋଲାଇଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ବିଧାୟକଙ୍କ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାର ଚେଷ୍ଟା କରିଥିଲେ ମଧ୍ୟ ବିଧାୟକ ଫୋନ୍ ଉଠାଇ ନଥିଲେ

Advertisement

Leave a Reply

Your email address will not be published. Required fields are marked *

You cannot copy content of this page