ମୁଖ୍ୟ ଖବର ଡାକବଙ୍ଗଳାରୁ କଟା ଶାଗୁଆନ ଗଛ ପୌରପାଳିକା କ୍ୱାଟରରୁ ଜବତ Angul OnlineJuly 15, 2021July 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଏ ସବୁ ଗଛ କଟା ଯାଇ ଚୋରୀ ହୋଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଳଚେର ବନବିଭାଗର ବନ ବିଭାଗ ଅଧିକାରୀ ତ୍ରିଲୋଚନ ବେହେରାଙ୍କୁ ଜଣାଇ ଥିଲେ । ଶ୍ରୀ ବେହେରା ବନ କର୍ମଚାରୀଙ୍କ ସହିତ ଗଛ କଟା ଯାଇଥିବା ଡାକବଙ୍ଗଳାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତେବେ ଅଧିକ ତଦନ୍ତ କରିବା ପରେ ତାଳଚେର ପୌରପାଳିକାର କିଛି କର୍ମଚାରୀ ଏହି ସବୁ ଶାଗୁଆନ ଗଛ କାଟିବା ସହିତ ସେହି କାଠ ସବୁକୁ ନେଇ ପୌରପାଳିକା ଅଧୀନ ଏକ କଲୋନୀର କ୍ୱାଟରରେ ଭର୍ତ୍ତି କରି ରଖିଥିବା ଜାଣିବାକୁ ପାଇଥିଲେ । ଆଉ ଏ ଘଟଣା ନେଇ ଶ୍ରୀ ବେହେରା ତାଳଚେର ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ସେହି କ୍ୱାଟରରୁ କଟା ହୋଇଥିବା ଶାଗୁଆନ ଗଛ ସବୁକୁ ଜବତ କରି ନିଜ ହେପାଜତକୁ ନେଇଥିଲେ । ତେବେ ଏ ନେଇ ବନ ଅଧିକାରୀ ତ୍ରିଲୋଚନ ବେହରାଙ୍କ କହିବା କଥା ଉକ୍ତ ଶାଗୁଆନ ଗଛକୁ ବେଆଇନ ଭାବେ କଟାଯାଇଛି । ଏହି ଗଛ କାଟିବା ପାଇଁ କୌଣସି ଅନୁମତି ନିଆ ଯାଇ ନାହିଁ । Advertisement
୨ଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ଦୁର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।…
ରାଜପଥ କଡରୁ ଯାଯାବରଙ୍କୁ ହଟାଇଲା ପ୍ରଶାସନ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ସାମ୍ନା ଜାତୀୟ ରାଜପଥ ୫୫ ପାର୍ଶ୍ବରେ ଆଧିପତ୍ୟ ବିସ୍ତାର କରୁଥିବା କେତେକ ଯାଯାବର ପରିବାରକୁ ପ୍ରଶାସନ ଉଚ୍ଛେଦ କରିଛି । ସହର…