ଆଞ୍ଚଳିକ ଆମ୍ବ ଗଛରୁ ପଡି ବୃଦ୍ଧ ମୃତ Angul OnlineJuly 15, 2021July 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୋକତୁଙ୍ଗା ଗାଁରେ ଆମ୍ବ ଗଛରୁ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ ସମୟରେ ପୋକତୁଙ୍ଗା ଗ୍ରାମରେ ଥିବା ଥିବା ଏକ ଆମ୍ବ ଗଛ ରେ ସେହି ଗ୍ରାମର କଇରା ଦେହୁରୀ (୬୮) ଚଢି ଆମ୍ବ ତୋଳୁଥିବା ସମୟରେ ହଠାତ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବନ୍ତଳା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି । ଏ ସମ୍ପର୍କରେ ଖବର ଲେଖାଯିବା ସୁଦ୍ଧା ବନ୍ତଳା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ମଧ୍ୟ ଜଣା ପଡିଛି । Advertisement
କଳାକାରର ବୋଇତ ବନ୍ଦାଣ ଉତ୍ସବ – ନୌବାଣିଜ୍ୟ ଇତିହାସର ଗାଥା କଲା ପୁନର୍ଜୀବିତ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୭ ତମ ବୋଇତ ବନ୍ଦାଣ ମହୋତ୍ସବ ସ୍ଥାନୀୟ ସଭାଘର ଠାରେ ଅନୁଷ୍ଠିତ ହୋଇଯାଇଛି ।…
ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ ପରିସରରେ କରୋନା କଟକଣା ମଧ୍ୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…
ସ୍ୱାୟତ୍ତ ଶାସନ ପାଳନ ବେଳେ ପ୍ରଦୁଷଣକୁ ନେଇ ଚିନ୍ତା ପ୍ରକଟ କଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ସଭାଘରେ ଆୟୋଜିତ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ଅନୁଗୁଳ ନଗରପାଳ…