Uncategorized ଷ୍ଟୋର ରୁମରୁ ୧୩ ଫୁଟର ଅହିରାଜ ଉଦ୍ଧାର Angul OnlineApril 15, 2021April 15, 2021 ଅନୁଗୁଳ – ଷ୍ଟୋର ରୁମରେ ଅହିରାଜ ଉଦ୍ଧାର । ଗତ କାଲି ରାତିରେ ଅନଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ କନ୍ତମେଘ ଗ୍ରାମର ମୋହନ ଦେହୁରୀ ଙ୍କ ଷ୍ଟୋର ରୁମ ରେ ରାତି ପ୍ରାୟ ୧୧ ଟା ସମୟରେ ଏକ ସାପ ପଶି ଯାଇଥିଲା । ସାପକୁ ବାହାର କରିବା ପାଇଁ ଚେଷ୍ଟା କରିବା ବେଳେ ସାପ ଟି ଫଣା ଟେକି ଠିଆ ହୋଇଗଲା । ସାପ ଟିକୁ ଅହିରାଜ ସାପ ବୋଲି ଜାଣିବା ପରେ ଭୟଭୀତ ହୋଇ ଆଉ କିଛି ନକରି ମୋହନ ସ୍ଥାନୀୟ ଫରେଷ୍ଟ ଗାର୍ଡ ସିଦ୍ଧେଶ୍ୱର ପ୍ରଧାନ ଖବର ଦେଲେ । ବନ କର୍ମଚାରୀ ପହଞ୍ଚି ଏତେ ବଡ଼ ଅହିରାଜ ସାପ ଦେଖି କିଂକର୍ତ୍ତବ୍ୟବିମୁଢ ହୋଇ ଠିଆ ହୋଇ ରହିଲେ । ଏହା ଭିତରେ ସ୍ଥାନୀୟ ସାପ ଉଦ୍ଧାରକାରୀ ସୁଶାନ୍ତ କୁମାର ସାହୁଙ୍କୁ ଖବର ଦିଆଯାଇଥିଲା । ସେ ଆସି ଘଟଣା ସ୍ଥଳରେ ପହଞ୍ଚି ଘର ଭିତରେ ପଶି ଏକ ବାକ୍ସ ତଳେ ଲୁଚି ରହିଥିବା ଅହିରାଜ ସାପଟିକୁ ଧରି ବାହାରକୁ ଆଣିଥିଲେ । ବନ କର୍ମଚାରୀଙ୍କ ସହାୟତାରେ ସାପଟିକୁ ଯତ୍ନର ସହିତ ବ୍ୟାଗ ଭିତରେ ପୁରେଇ ବନ୍ତଳା ରେଞ୍ଜ ଅଫିସ କୁ ନିଆ ଯାଇଥିଲା । ପରେ ବନ୍ତଳା ରେଞ୍ଜ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ନିଜ ସରକାରୀ ଗାଡ଼ିରେ ନେଇ ରାତି ସାଢ଼େ ଗୋଟାଏ ସମୟରେ ସାପକୁ ସାତକୋଶିଆ ଜଙ୍ଗଲ ଭିତରେ ଛାଡି ଦେଇଥିଲେ । ସାପଟି ପ୍ରାୟ ୧୩ ଫୁଟ ହେବ ବୋଲି ଜଣା ପଡିଛି । https://angulonline.com/odia/wp-content/uploads/2021/04/WhatsApp-Video-2021-04-15-at-10.36.52.mp4 Advertisement
ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ରୂପାଲିଙ୍କ ସଫଳତା ତାଳଚେର – ଅନୁଗୁଳ ତାଳଚେରରେ ଜନ୍ମିତ ଓଡିଆ ଝିଅ ରୂପାଲି ଶ ମିସେସ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ଭାଗ ନେଇ ଦ୍ଵିତୀୟ ହେବା ସହ ମିସେସ ଚାର୍ମିଙ୍ଗ…
ଟ୍ରେନ ଭିତରେ ଯୁବକଙ୍କ ଆତ୍ମହତ୍ଯା ଉଦ୍ଯମ – ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଅନୁଗୁଳ – ଟ୍ରେନ ଶୌଚାଳୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇଛି । ଆତ୍ମହତ୍ଯା ଉଦ୍ଯମ କରିଥିବା ବେଳେ ଗୁରତର ଅବସ୍ଥାରେ ତାକୁ ଜିଲ୍ଲା…
ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ନେଲା ଜୀବନ । ବନ୍ତଳା ବନଖଣ୍ଡ ଶଙ୍ଖପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଶଙ୍ଖପୁର…