ଅନୁଗୋଳ – ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ନଗର କଂଗ୍ରେସ କମିଟି ତରଫରୁ ନଗର ସଭାପତି ରଶ୍ମିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଡବଲ ଇଞ୍ଜିନ୍ ବିଜେପି ସରକାରର ୮୦୦ ଦିନରୁ ଅଧିକ ଦିନ କ୍ଷମତାରେ ଥାଇ ମଧ୍ୟ ଅନୁଗୋଳ ସହରକୁ ଆଡ ଆଖରେ ଅନାଉ ନାହାଁନ୍ତି । ଏହି ସମ୍ମିଳନୀରେ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ ଯୋଗଦେଇ ଅନୁଗୋଳ ସହରକୁ ସ୍ମାର୍ଟ ସିଟି କରିବା ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉ ନାହିଁ । ଯାହାକି ସ୍ଥାନୀୟ ନେତୃତ୍ବ ନେଇଥିବା ନେତାମାନଙ୍କର ଦୂରଦୃଷ୍ଟି ନାହିଁ କି ଆଗ୍ରହ ନାହିଁ । ସ୍ମାର୍ଟ ସିଟି ଅନୁଗୋଳ ସହରବାସୀଙ୍କ ହକ୍ ହେଉଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଫୁଟାଣି ମାରୁଥିବା ନେତା ଦୁଇ ବର୍ଷରୁ ଉର୍ଦ୍ଧ୍ବ ଶାସନରେ ଥାଇ ଆଦୌ ଚିନ୍ତା ନ କରିବା ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଥିଲେ। ସହରର ଆଖପାଖରେ କୋଇଲା ଖଣି ଓ ବିଭିନ୍ନ ଶିଳ୍ପ ସଂସ୍ଥା ଥିବାରୁ ବାୟୁ ପ୍ରଦୂଷଣ ପ୍ରବଳ ମାତ୍ରାରେ ହେଉଛି। ଟ୍ରାଫିକ ସମସ୍ୟା ପ୍ରତିରୋଧ ପାଇଁ ଆମ ପାଖେ ସେଭଳି କୌଣସି ଫଳପ୍ରଦ ବ୍ୟବସ୍ଥା ହେଉନାହିଁ। ସ୍ଥାନୀୟ ପୋଲିସ କେବଳ ମହାସୁଲ ଆଦାୟ କରି ସରକାରଙ୍କ ରାଜସ୍ବ ବୃଦ୍ଧି ନିମନ୍ତେ କାର୍ଯ୍ୟ କରୁଛନ୍ତି। ସହର ସ୍ଵଚ୍ଛତାରେ ସଂପୂର୍ଣ୍ଣ ବିଫଳ ଅନୁଗୋଳ ପୌରପାଳିକା । ସହରର ରାସ୍ତା, ଡ୍ରେନ, ଜଳାଶୟ ସଫା ନହେବା ସହିତ ମଶା ତେଲ, ବ୍ଲିଚିଂ ଆଦୌ ପଡୁ ନାହିଁ । ସେହିପରି ଅମୃତ ୨.୦ରେ ସହରର ଜଳାଶୟ, ପାଣିମାହାରା, ନାଳ ଆଦି ପୁନଃରୁଦ୍ଧାର, ଭୂତଳ ଜଳ ସଂରକ୍ଷଣ, ଜୈବବିବିଧତା ସୁରକ୍ଷା, ଜଳାଶୟର ସୌନ୍ଦର୍ଯ୍ୟକରଣରେ ଅମୃତ ମିତ୍ର ନିଯୁକ୍ତି ଆଦୌ ହେଉନାହିଁ । ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗଇବାରେ ଏ ଡବଲ ଇଞ୍ଜିନ ବିଜେପି ସରକାର ସଂପୂର୍ଣ ବିଫଳ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ମଡେଲ ଭେଣ୍ଡିଙ୍ଗ ଜୋନ, ଉନ୍ନତ ରାସ୍ତା, କଲ୍ୟାଣ ମଣ୍ଡପ, ବନିକରଣ, କ୍ଷୁଦ୍ର ବ୍ୟବସାୟୀଙ୍କୁ ପିଏମ୍ ସ୍ଵାଧୀନରେ ଆତ୍ମନିର୍ଭର କରିବା, ଭେଣ୍ଡିଙ୍ଗ ଜୋନ ବ୍ୟବସାୟୀଙ୍କୁ ହସ୍ତାନ୍ତର କରିବା ଓ ସହରର କିଛି ମୁଖ୍ୟ ଜାଗା ଛାଡି ଦେଲେ ସହରର ୱାର୍ଡ, ସାହି ଓ ଗଳିରେ ଆଲୋକିକରଣ, ରାସ୍ତା, ଡ୍ରେନର ନବୀକରଣ କରିବାରେ ପୌରପାଳିକା ବିଫଳ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଦେବା, ଭୂମିହୀନଙ୍କୁ ଅର୍ବାନ ବନ୍ଧୁ ୨.୦ ରେ ଭୂମି ସହିତ ଘର ଦେବା ଏବଂ ସଫେଇ କର୍ମଚାରୀଙ୍କ ପାଇଁ ଆଣିଥିବା ଗରିମା ଯୋଜନା ଦ୍ବାରା ଭୂମି ସହ ଘର ଯୋଗାଇବାରେ ସରକାର ବିଫଳ। ସହରରେ ଥିବା ସହରାଞ୍ଚଳ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀ ଆଦୌ ଉପସ୍ଥିତ ରହୁନାହାନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ସମସ୍ତ ଜିଲ୍ଲାବାସୀ ନିର୍ଭର କରୁଥିବା ବେଳେ ସଂପୂର୍ଣ ଅବ୍ୟବସ୍ଥା ମଧ୍ୟରେ ଉକ୍ତ ଡାକ୍ତରଖାନା ଚାଲୁଅଛି । ସହରରେ ଥିବା ଶିକ୍ଷା ଅନୁଷ୍ଠାନ ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଆବଶ୍ୟକ ମତେ ନାହାଁନ୍ତି । ଅଙ୍ଗନବାଡି କେନ୍ଦ୍ର ଆବଶ୍ୟକ ମତେ ନାହିଁ । କ୍ରୀଡାର ଭିତିଭୂମିରେ ଏ ସରକାର ସଂପୂର୍ଣ ବିଫଳ । ଅନେକ ଦିନ ଧରି ରହିଥିବା ବଡ ସମସ୍ୟା ହେଉଛି, ଉଭୟ ଗୋମାତା ଓ ମଣିଷର ସୁରକ୍ଷା । ଅନୁଗୋଳ ପୌରାଂଚଳରେ ଦୀର୍ଘଦିନ ଧରି ଦାବି ହୋଇ ଅସୁଥିଲେ ମଧ୍ୟ ଅନୁଗୋଳ ପୌରପାଳିକା ଏକ ଗୋଶଳା କିମ୍ବା କାଞ୍ଜିଆହୁଦା ନିର୍ମାଣ କରିପାରିଲା ନାହିଁ । ସେହିପରି କୁକୁର କାମୁଡା ରୋକିବା ପାଇଁ ଅନୁଗୋଳ ପୌରପାଳିକା ତରଫରୁ କୌଣସି ପଦକ୍ଷେପ ନିଆଯାଇ ପାରୁନାହିଁ କିମ୍ବା ବନ୍ଧ୍ୟାକରଣ କରାଯାଉ ନାହିଁ। ଏ ଡବଲ ଇଞ୍ଜିନ ସରକାର ଆସିବା ଦିନଠାରୁ ଅନୁଗୋଳ ପୌରପାଳିକାରେ ଲାଇଟ୍ ଲଗାଇବା, ରାସ୍ତା, ଡ୍ରେନ, ଜଳାଶୟର ନବୀକରଣ, ପରିମଳ ପରିଚାଳନା, ସଫେଇ କର୍ମଚାରୀଙ୍କ ଅଧିକାର କ୍ଷୁର୍ଣ୍ଣ କରିବା, ଗୃହ ନିର୍ମାଣ ପ୍ଲାନ୍ ଦେବା ଆଦିରେ ବ୍ୟାପକ ଦୂର୍ନୀତି ହୋଉଅଛି । ଏହି ଦୁର୍ନୀତିରେ ସ୍ଥାନୀୟ ଜନ ପ୍ରତିନିଧୂ ଓ ଅନୁଗୋଳ ପୌରପାଳିକା ସାମିଲ ଅଛନ୍ତି । ଏହି ସବୁ କାର୍ଯ୍ୟକୁ ତଦନ୍ତ କରାଯାଉ ଓ ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଓଡିଆ ଅସ୍ମିତା ବିରୋଧୀ ଏ ସରକାରର ଜନ ପ୍ରତିନିଧି – ଅନୁଗୋଳ ସହରର ଶାନ୍ତି ବଜାର ଅନୁଗୋଳ ଟାଉନ ମୌଜାର ଖାତା ନଂ ୧୮୬. ପ୍ଲଟ ନଂ ୧୨୨୬, ଏକ ଅଣ ଓଡିଆ ଅନୁଷ୍ଠାନର କିଛି ଅଣଓଡିଆ ବ୍ୟକ୍ତିଙ୍କ ଇଙ୍ଗିତରେ ଏକ ମାର୍କେଟ କମ୍ପ୍ଲେକ୍ସ ବ୍ୟବସାୟ ନିମନ୍ତେ ନିର୍ମାଣଧୀନ ରହିଛି। ଉକ୍ତ ମାର୍କେଟ କମ୍ପ୍ଲେକ୍ସଟି ବ୍ୟବସାୟ କରିବା ଉଦ୍ଦେଶ୍ୟରେ ପାଖାପାଖୂ ୩୧ଟି ଦୋକାନ ଘର ହେଉଅଛି । ସେଥିପାଇଁ ଏକ ସମାଜର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ଆବେଦନ କରିବା ପାଇଁ ଏକ ଫର୍ମ ଦାଖଲ କରିବା ପାଇଁ ପଡେ । ଯାହା କି କେବଳ କିଛି ବ୍ୟକ୍ତି ଯେଉଁମାନେ କି BIITI member ସେମାନେ ଆବେଦନ କରିପାରିବେ । କିନ୍ତୁ ଏହା ବେଆଇନ ଅଟେ । ଯେହେତୁ ଉକ୍ତ ଅନୁଷ୍ଠାନର ଯାଗା ଦେବୋତ୍ତର ଅଧିନରେ ଯାଉଅଛି, ଆଇନ ଅନୁଯାଇ ତାହା ନିର୍ମାଣ ହେଉଛି ନା ନାହିଁ, ସେ ନେଇ ତଦନ୍ତ ହେବା ଉଚିତ ଓ ସର୍ବସାଧାରଣ ପାଇଁ ଉକ୍ତ ଦୋକାନ ଗୃହ ଆବଣ୍ଟନ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଉଚିତ୍।ଧାର୍ମିକ ଅନୁଷ୍ଠାନରେ ପାତରଅନ୍ତର ନ କରି ସହରରେ ଥିବା ପ୍ରତି ଧାର୍ମିକ ଅନୁଷ୍ଠାନକୁ ସରକାରଙ୍କ ତରଫରୁ ଦଶହରା ମଣ୍ଡପ, ଲକ୍ଷ୍ମୀପୂଜା ମଣ୍ଡପ, ଗଣେଷ ପୂଜା ମଣ୍ଡପ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳଗୁଡିକୁ ସହାୟତା ରାଶି ଦେବା ସହିତ ମଣ୍ଡପର ଉନ୍ନତି ନିମନ୍ତେ କାର୍ଯ୍ୟପନ୍ଥା ହାତକୁ ନିଆଯିବାକୁ ନଗର ସଭାପତି ଦାବି କରିଥିଲେ।

ଉପରୋକ୍ତ ଅଭିଯୋଗ/ଦାବୀ ଗୁଡିକ ଉପରେ ସରକାର ଓ ଅନୁଗୋଳ ପୌରପାଳିକା ଧ୍ୟାନ ଦେଇ ଯଥାଶୀଘ୍ର ପୂରଣ ନକଲେ ଆଗାମୀ ଦିନରେ ଅନୁଗୋଳ ନଗର କଂଗ୍ରେସ ଅଭିନବ ଉପାୟରେ ସଂଗ୍ରାମ କରିବ । ସଂଗ୍ରାମ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଦାୟୀ ରହିବେ ବୋଲି ନଗର ସଭାପତି ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ, ନଗର ଉପ ସଭାପତି ସୁଶୀଲ ମିଶ୍ର, ସମ୍ପାଦକ ପ୍ରତାପ ସେଠୀ ଉପସ୍ଥିତ ଥିଲେ ।

