ଆଞ୍ଚଳିକ ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ Angul OnlineJuly 20, 2023July 20, 2023 ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲ ଙ୍କ ସମେତ କଲେଜ ଲେଭେଲ କମିଟି ର ସମସ୍ତ ସଦସ୍ୟ ତଥା ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆଗାମୀ ଦିନରେ NAAC ମାନ୍ୟତାର ଆବଶ୍ୟକତା କୁ ଦୃଷ୍ଟି ରେ ରଖି କମିଟି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯଥା -କ୍ୟାମ୍ପସ ସୌନ୍ଦର୍ଯ୍ୟକରଣ, ପ୍ଲାଷ୍ଟିକ ମୁକ୍ତ ପରିବେଶ ଇତ୍ୟାଦି ଉପରେ ଆଲୋଚନା କରାଯାଇ ଥିଲା । ଏହି ଅବସର ରେ କମିଟି ର ସଭାପତି ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଆଲୁମିନି ସଦସ୍ୟ ମାନଙ୍କୁ ସହଯୋଗ କରବାକୁ ଉତ୍ସାହିତ କରିଥିଲେ । ମୋ କଲେଜ ଅଭିଯାନ ର ଉପଦେଷ୍ଟା ଡଃ ଚୈତନ୍ୟ ସାହୁ ମହୋଦୟ ନିଜର ଅନୁଭୂତି ବର୍ଣନା ସହିତ NAAC ର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷକ ଶିକ୍ଷା ପରିଷଦରୁ ନୂତନ ଭାବରେ ୧୫୦ ସିଟ ପୁନଃ ଅନୁମୋଦନ ପାଇଥିବା ଏହି କଲେଜ ନିମନ୍ତେ ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଅବସର ରେ କଲେଜ ର NAAC ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ସାହୁ, ମୋ କଲେଜ କାର୍ଯ୍ୟକାରିଣୀ କମିଟି ର ଆବାହକ ମିତାଲି ସ୍ୱାଇଁ, ଯୁଗ୍ମ ଆବାହକ ଡଃ ସୃତିରୁପା ପଣ୍ଡା, ମହାବିଦ୍ୟାଳୟ ଉନ୍ନୟନ ପ୍ରତିନିଧି ଶ୍ରୀ ବନମାଳୀ ବାଗ, ଆଲୁମିନି ପରିଚାଳନା କମିଟିର ସଦସ୍ୟ ଡଃ ସରୋଜ କୁମାର ରାଉତ ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଦାସ, ଜଗନ୍ନାଥ ବିଶ୍ୱାଳ, ହରିହର ସାହୁ, କାଂଚନବାଳା ସାହୁ, ଡଃ ସବିତାଞ୍ଜଳି ନନ୍ଦ, ଦୁଃଶାସନ ସେଠ, ଦୁର୍ଗା ଚରଣ ବିଶୋଇ, ପରମାନନ୍ଦ ନାୟକ ପ୍ରମୁଖ ପୁରୁଣା ସ୍ମୃତି ଓ ସଫଳତା ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ କଲେଜ ର ଵିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେବା ପାଇଁ ସଂଘ ନିଷ୍ପତ୍ତି ନେଇଥିଲା । Advertisement
ବଜ୍ରପାତରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ମାଛକୁଟା ବିଜୟ…
ଜରୁରୀ କାଗଜ ପତ୍ର ଓ ଟଙ୍କା ପାଇ ଥାନାରେ ଦେଲେ ଦୁଇ ଯୁବ ବନ୍ଧୁ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ କଳ୍ପତରୁ ହୋଟେଲ ପାଖ ଦେଇ ଯାଉଥିବା ବେଳେ ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁଙ୍କୁ…
ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରଣହୁଙ୍କାର ଅନୁଗୁଳ – ତୈଳ ଦରରେ ଆହେତୁକ ବୃଦ୍ଧି ପ୍ରତିବାଦରେ ଅନୁଗୁଳ କଂଗ୍ରେସ ରଣହୁଙ୍କାର ଦେଇଛି । ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା…