ଆଞ୍ଚଳିକ ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ Angul OnlineJuly 20, 2023July 20, 2023 ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲ ଙ୍କ ସମେତ କଲେଜ ଲେଭେଲ କମିଟି ର ସମସ୍ତ ସଦସ୍ୟ ତଥା ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆଗାମୀ ଦିନରେ NAAC ମାନ୍ୟତାର ଆବଶ୍ୟକତା କୁ ଦୃଷ୍ଟି ରେ ରଖି କମିଟି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯଥା -କ୍ୟାମ୍ପସ ସୌନ୍ଦର୍ଯ୍ୟକରଣ, ପ୍ଲାଷ୍ଟିକ ମୁକ୍ତ ପରିବେଶ ଇତ୍ୟାଦି ଉପରେ ଆଲୋଚନା କରାଯାଇ ଥିଲା । ଏହି ଅବସର ରେ କମିଟି ର ସଭାପତି ଶ୍ରୀ ସରୋଜ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଆଲୁମିନି ସଦସ୍ୟ ମାନଙ୍କୁ ସହଯୋଗ କରବାକୁ ଉତ୍ସାହିତ କରିଥିଲେ । ମୋ କଲେଜ ଅଭିଯାନ ର ଉପଦେଷ୍ଟା ଡଃ ଚୈତନ୍ୟ ସାହୁ ମହୋଦୟ ନିଜର ଅନୁଭୂତି ବର୍ଣନା ସହିତ NAAC ର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷକ ଶିକ୍ଷା ପରିଷଦରୁ ନୂତନ ଭାବରେ ୧୫୦ ସିଟ ପୁନଃ ଅନୁମୋଦନ ପାଇଥିବା ଏହି କଲେଜ ନିମନ୍ତେ ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଅବସର ରେ କଲେଜ ର NAAC ସଂଯୋଜକ ପ୍ରତ୍ୟୁଷ ରଞ୍ଜନ ସାହୁ, ମୋ କଲେଜ କାର୍ଯ୍ୟକାରିଣୀ କମିଟି ର ଆବାହକ ମିତାଲି ସ୍ୱାଇଁ, ଯୁଗ୍ମ ଆବାହକ ଡଃ ସୃତିରୁପା ପଣ୍ଡା, ମହାବିଦ୍ୟାଳୟ ଉନ୍ନୟନ ପ୍ରତିନିଧି ଶ୍ରୀ ବନମାଳୀ ବାଗ, ଆଲୁମିନି ପରିଚାଳନା କମିଟିର ସଦସ୍ୟ ଡଃ ସରୋଜ କୁମାର ରାଉତ ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଦାସ, ଜଗନ୍ନାଥ ବିଶ୍ୱାଳ, ହରିହର ସାହୁ, କାଂଚନବାଳା ସାହୁ, ଡଃ ସବିତାଞ୍ଜଳି ନନ୍ଦ, ଦୁଃଶାସନ ସେଠ, ଦୁର୍ଗା ଚରଣ ବିଶୋଇ, ପରମାନନ୍ଦ ନାୟକ ପ୍ରମୁଖ ପୁରୁଣା ସ୍ମୃତି ଓ ସଫଳତା ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ କଲେଜ ର ଵିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେବା ପାଇଁ ସଂଘ ନିଷ୍ପତ୍ତି ନେଇଥିଲା । Advertisement
ସ୍ବପ୍ନର ଅନୁଗୁଳ – ସବୁଜ ଅନୁଗୁଳ ଲକ୍ଷ୍ୟରେ ଚାରା ରୋପଣ ଆରମ୍ଭ ଅନୁଗୁଳ – ଅନୁଗୁଳର ସାମାଜିକ ସଙ୍ଗଠନ ” ଆମ ଅନୁଗୁଳ ” ତରଫରୁ ସବୁଜ ସୁନ୍ଦର ଅନୁଗୁଳ ଗଠନ କରିବା ପାଇଁ ” ସ୍ବପ୍ନର ଅନୁଗୁଳ –…
ପୁଣି ଜାତୀୟ ରାଜପଥ ନେଲା ଜୀବନ – କାର ଧକ୍କାରେ ଜଣେ ବୃଦ୍ଧ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ -ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ପୁଣି ନେଲା ଜଣଙ୍କ ଜୀବନ । ଜାତୀୟ ରାଜପଥର…
ହାତୀ ଆକ୍ରମଣରେ ମୃତ ପରିବାରଙ୍କୁ ଭେଟିଲେ ପିସିସି ସଭାପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ଭିତରୁ ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ଜାମ୍ବୁସାହିରେ ହାତୀ…