ଆଞ୍ଚଳିକ ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ Angul OnlineAugust 4, 2024August 4, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ ସୋମବାର ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ଟ୍ରକ ମାଲିକ ମାନେ ଡାକରା ଦେଇଛନ୍ତି l ଏ ନେଇ ଟ୍ରଲ ମାଲିକ ମାନେ ଛେଣ୍ଡିପଦା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଛେଣ୍ଡିପଦା ଟ୍ରକ ମାଲିକ ରାଇଝରଣ ଠାରେ ଥିବା କୋଇଲା ଖଣିରେ ବାହାର ରାଜ୍ୟ ଟ୍ରକ ଆସି କୋଇଲା ଲୋଡିଙ୍ଗ କରୁଥିବା ବେଳେ ଛେଣ୍ଡିପଦା ବ୍ଳକ ଅଞ୍ଚଳର ଟ୍ରକ ଗୁଡିକୁ କମ୍ପାନୀ ପକ୍ଷରୁ କୋଇଲା ଖଣିରେ ଲୋଡିଙ୍ଗ ଦେଉ ନାହାନ୍ତି ବୋଲି କହିଥିଲେ l ଏନେଇ ବାରମ୍ବାର ଦାବୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା l ଫଳରେ ଟ୍ରକ ମାଲିକ ମାନେ ସୋମବାର ଠାରୁ ରାଇଝରଣ ଠାରେ ଥିବା ଖଣି ରାସ୍ତାରେ ଅର୍ଥନୈତିକ ଅବରୋଧ କରିବା ପାଇଁ ନିଷ୍ପତି ନେଇଥିଲେ l ଏହି ଖବର ପାଇଁ ଅନୁଗୁଳ ଏସଡିପିଓଙ୍କ ଅଧକ୍ଷତାରେ ନିଶା ଥାନାରେ ଟ୍ରକ ମାଲିକ ଓ କମ୍ପାନୀ କତୃପକ୍ଷଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ କମ୍ପାନୀ ପକ୍ଷରୁ ସମୟ ମାଗିଥିଲେ l ଏଥିପାଇଁ ଟ୍ରକ ମାଲିକ ମାନେ ପ୍ରଶାସନକୁ ସମ୍ମାନ ଦେଇ ଅର୍ଥନୈତିକ ଅବରୋଧକୁ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଦାବୀ ପୂରଣ ହେଲେ ଆନ୍ଦୋଳନ ହଟିବ ନଚେତ ଆନ୍ଦୋଳନ ଜାରି ରଖିବେ ବୋଲି ଟ୍ରକ ମାଲିକ ମାନେ ସୂଚନା ଦେଇଛନ୍ତି l Advertisement
ବନ୍ଦର ପ୍ରଭାବରେ ଅନୁଗୁଳ ଠପ୍ ଅନୁଗୁଳ – ବାଲେଶ୍ଵର ଏଫ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ପରେ ନ୍ୟାୟିକ ତଦନ୍ତ କରିବା ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି କଂଗ୍ରେସ…
ସଡକ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେ ଏସ ପି ପ୍ଲାଣ୍ଟ ପରିସରରେ ସଡକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ଅନୁଗୋଳ…
ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଗୋଳ – ବାଲେଶ୍ଵର ଜିଲା ବାହାନଗା ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କରମଣ୍ଡଳ ଏକ୍ସପ୍ରେସ ଏକ ମାଲବାହି ରେଳ ସହ ଧକ୍କା ହେବା ଫଳରେ ଅନେକ ଲୋକଙ୍କ…