ମୁଖ୍ୟ ଖବର ଗୁଳିମାଡରେ ଜଣେ ଗୁରୁତର Angul OnlineAugust 4, 2024August 4, 2024 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ପଞ୍ଚୟତ ଜନକପୁର ଗ୍ରାମରେ ଗୁଳିମାଡ଼ ହୋଇଛି l ଗୁଳିମାଡ଼ରେ ଜନକପୁର ଗ୍ରାମର ଧୃବ ନାୟକ ଗୁରୁତର ହୋଇଛନ୍ତି l ଧୃବ ନାୟକର ବାମ ଗୋଡ଼ଗୁଳି ବାଜି ଥିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠମଲ୍ଲିକ ଚିକିତ୍ସାଳୟ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳୁ ଧୃବ ନାୟକ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିଲା । ଛତୁ ସଂଗ୍ରହ କରୁଥିବା ସମୟରେ କୌଣସି ଶିକାରୀଙ୍କ ବନ୍ଧୁକ ଗୁଳି ଧୃବ ନାୟକର ବାମ ଗୋଡ଼ରେ ବାଜିଥିଲା । ଶିକାରୀ ମାନେ ଜନ୍ତୁ ଶିକାର କରିବାକୁ ଯାଇ ଏଭଳି ଗୁଳି କରିଥିବା ସନ୍ଦେହ କରାଯାଉଛି । Advertisement
ଦୁର୍ଘଟଣାରେ ପୂର୍ବତନ ବିଧାୟକ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଝିଅ ଆହତ ଅନୁଗୁଳ –ଅନୁଗୁଳ ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ହଣ୍ଡପା ନିକଟରେ ଏକ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସ୍ତ୍ରୀ ଉର୍ମିଳା…
ମହିଳାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ସରପଞ୍ଚ ଗିରଫ ତାଳଚେର – ମହିଳାଙ୍କୁ କମେଣ୍ଟ ମାରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ସରପଞ୍ଚଙ୍କୁ ଗିରଫ କରିଛି କୋଲିୟାରୀ ପୁଲିସ । ତାଳଚେର ପଦ୍ମାବତୀପୁର…
ଘଞ୍ଚ ଜଙ୍ଗଲରେ ମାକୁ ଛାଡି ପଳେଇ ଗଲା ପୁଅ – ଉଦ୍ଧାର କାଲେ ଗ୍ରାମବାସୀ ତାଳଚେର – ପରିଣତ ବୟସରେ ପୁଅ ସାହା ହେବା ବଦଳରେ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲି ଯିବା ଘଟଣା ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି ।…