ଅପରାଧମୁଖ୍ୟ ଖବର ଯୁବକଙ୍କୁ ଗଳା କାଟି ହତ୍ୟା Angul OnlineJanuary 31, 2021January 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ତଣ୍ଟି କଟାଯିବା ଦାଗ ରହିବା ସହ ମୁହଁରେ ଏକାଧିକ କ୍ଷତଚିହ୍ନ ରହିଛି । ସୂଚନା ଅନୁସାରେ ବନ୍ତଳା ବଜାର ହାଟ ପଛ ପାଖ ମରାମୁଣ୍ଡାରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକ ଜଣଙ୍କ ବନ୍ତଳା ବଜାରର କାଶୀନାଥ ବେହେରା(୩୫) ବୋଲି ଜଣାପଡିଛି । ଗତକାଲି ରାତି ପ୍ରାୟ ୮ ବେଳକୁ କାଶୀନାଥ ପରିସ୍ରା କରିବାକୁ କହି ଘରୁ ବାହାରି ଆସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ । ପରିବାର ଲୋକେ ଆଜି ସକାଳେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଜି(ରବିବାର) ମଧ୍ୟାହ୍ନ ସମୟରେ ଚଣା କ୍ଷେତରେ ଗାଁର କିଛି ଛୋଟ ପିଲା ଚଣା ଖାଇବାକୁ ଯାଇଥିବା ବେଳେ ସେଠାରେ କାଶୀନାଥଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ୍ ସହାୟତାରେ ପୁଲିସ ତଦନ୍ତ ଜାରିରଖିଛି । ସୂଚନା ଅନୁଯାୟୀ, କାଶୀନାଥ ମଜୁରୀ ଲାଗି ନିଜ ପରିବାର ଚଳାଏ । ତେବେ କିଏ ଓ କାହିଁକି କାଶିନାଥଙ୍କୁ ଏଭଳି ଗଳା କାଟି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ । Advertisement
ଟଙ୍କା ଡବଲ ହେବ କହି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା – ପାଞ୍ଚ ସାଇବର ଠକଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ଆଜିର ସମୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସକୁ ନାକେଦମ କରୁଥିବା ସାଇବର ଠକ…
୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ- ତିନି ଜଣ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ଦୁଇଟି ସ୍ଥାନରୁ ୮୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ…
ଗୁଣିଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା ଅଭିଯୋଗ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପତ୍ନୀ ଥାନାରେ ବୁଧବାର…