ଆଞ୍ଚଳିକମୁଖ୍ୟ ଖବର ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ Angul OnlineJanuary 31, 2021January 31, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି ସନ୍ଧ୍ୟାରେ ଗାଁ ନିକଟକୁ ଆସି ବ୍ୟାପକ ପନିପରିବା ଫସଲ ଦଳି ଚକଟି ଦେବା ସହ ଓ କିଛି ଘର ଭାଙ୍ଗି ନଷ୍ଟ କରି ଦେଇଛନ୍ତି । ଲଗାତାର ୫/୬ ଦିନ ହେଲା ହାତୀ ପଲ ଏହି ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଫଳରେ ଚାଷୀମାନେ ବହୁ ପରିଶ୍ରମ ଏବଂ ଖର୍ଚ୍ଚ କରି ଯାହାସବୁ ଉପାର୍ଜନ କରିଥିଲେ ସବୁ ନଷ୍ଟ ହୋଇଯାଇଛି । ଚାଷୀଙ୍କର କୋବି, ଟମାଟୋ, ବାଇଗଣ, ଆଳୁ, କଦଳୀ ଏବଂ ଅନେକ କିସମର ପନିପରିବା ଖାଇ ନଷ୍ଟ କରି ଦେଇଛି । ହାତୀପଲ ଘର ପାଖକୁ ଆସି ଏଭଳି ତାଣ୍ଡବ କରୁଥିବା ଯୋଗୁଁ ଯେଉଁ ଫସଲ ନଷ୍ଟ ହେଉଛି ସେଥିପାଇଁ ଲୋକେ ଯେତିକି ଚିନ୍ତିତ ନାହାନ୍ତି ତା’ ଠାରୁ ଅଧିକ ସେମାନଙ୍କ ଜୀବନ ସୁରକ୍ଷା ଚିନ୍ତା କରୁଛନ୍ତି । କାରଣ ଗାଁ ପାଖରେ ହାତୀପଲ ରହୁଥିବା ଏବଂ ଗାଁ ଭିତରକୁ ଚାଲି ଆସୁଥିବା ଯୋଗୁଁ ପିଲାଛୁଆଙ୍କୁ ନେଇ କେମିତି ରହିବେ ସେହି ଚିନ୍ତା ଲୋକମାନଙ୍କୁ ଘାରୁଛି । ଗତ କିଛିଦିନ ହେଲା ସେହି ଅଞ୍ଚଳରେ ସନ୍ଧ୍ୟା ହେଲେ କବାଟ ପକାଇ ଘର ଭିତରେ ରହୁଛନ୍ତି । ବନ ବିଭାଗ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକେ କିଛି ଦିନ ହେଲା ନିଜେ ନିଆଁ ଜାଳି ହାତୀ ଘଉଡାଇବାକୁ ଉଦ୍ୟମ କରି ବିଫଳ ହେଉଛନ୍ତି । ଏବେ ଲୋକମାନେ ଭୟ ଓ ଆତଙ୍କରେ ଦିନ ବିତାଉଛନ୍ତି । Advertisement
ପ୍ରତିଭା ସମ୍ମାନ ଉତ୍ସବ – ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ…
ବିଶିଷ୍ଟ ପାଲା ଗାୟକ କଳାକାରଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଶିମିଳିପଡ଼ା ନିବାସୀ ବିଶିଷ୍ଟ ପାଲା ଗାୟକ କଳାକାର ନାଥଙ୍କର ରବିବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧…
କିନ୍ନର ମାନେ ମଧ୍ୟ ସମ୍ମାନପୂର୍ଣ୍ଣ ଜୀବନ ଵଞ୍ଚିବା ଆବଶ୍ୟକ – କିନ୍ନର ମୀରା ପରିଡା ଅନୁଗୁଳ – ବିୟଣ୍ତ୍ ସ୍ମାଇଲ୍ ଫାଉଣ୍ଡେସନ ତାର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ କଳାକେନ୍ଦ୍ରଠାରେ ପାଳନ କରିଛି । ନୂତନ ଭାବରେ ଗଠିତ ହୋଇଥିବା ଏହି ସଂଗଠନ…