ଆଞ୍ଚଳିକ ସଡକ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ Angul OnlineJune 20, 2023June 20, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେ ଏସ ପି ପ୍ଲାଣ୍ଟ ପରିସରରେ ସଡକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ଅନୁଗୋଳ ସହର ଅମଲାପଡ଼ାର ସୌରଭ ଦାସ (୨୧) । ମଙ୍ଗଳବାର ଦିନ ଜିନ୍ଦଲ କାରଖାନାରୁ ନିଜର କାର୍ଯ୍ୟ ସମାପ୍ତ କରି ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କ ସହ ଏକ ଟାଟା ମ୍ୟାଜିକ ଗାଡ଼ିରେ ଘର ଅଭିମୁଖେ ଫେରୁଥିବା ବେଳେ ଜିନ୍ଦଲ କମ୍ପାନୀ ପରିସରରେ ଏକ ଟ୍ରଲର (ବଡ ଟ୍ରକ୍) ସହିତ ସେ ଆସୁଥିବା ଗାଡ଼ିର ଧକ୍କା ହୋଇଥିଲା । ଫଳରେ ସୌରଭଙ୍କ ଛାତିରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସହିତ ଥିବା ଅନ୍ୟ ଦୁଇ ଜଣ କର୍ମଚାରୀ ଗୁରୁତ୍ତର ଆହତ ହୋଇଥିବା ମଧ୍ୟ ଜଣା ପଡ଼ିଛି । ମୃତ ସୌରଭ ଘଟଣାରୁ ପ୍ରକାଶ ଯେ ସକାଳ ଖବର କାଗଜର ସାମ୍ବାଦିକ ତଥା ଅନୁଗୁଳ ଅମଲାପଡା ନିବାସୀ ସଂଗ୍ରାମ ରଞ୍ଜନ ଦାସଙ୍କ ପୁତୁରା । Advertisement
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…
ସାମ୍ବାଦିକ ରଘୁଙ୍କ ଶ୍ରାଦ୍ଧ ବାର୍ଷିକିରେ ରକ୍ତଦାନ ଶିବିର ଅନୁଗୁଳ – ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।…