ଆଞ୍ଚଳିକ ମୋ କଲେଜ ଅଭିଯାନ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା – ଆକାଶ Angul OnlineNovember 2, 2021November 2, 2021 ଅନୁଗୁଳ – ମୋ ସ୍କୁଲ୍’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି । ସମଗ୍ର ବିଶ୍ୱରେ ଥିବା ପୁରାତନ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭୂମିରେ ଥିବା ସେମାନଙ୍କ ଶିକ୍ଷାନୁଷ୍ଠାନ ଗୁଡ଼ିକର ପୁନଃ ନିର୍ମାଣରେ ସହଯୋଗୀ ଶକ୍ତି ହେବାକୁ ଲକ୍ଷ ରଖା ଯାଇଥିବା ବେଳେ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭ୍ୟ ଓ ପ୍ରବାସୀ ଓଡ଼ିଆଙ୍କୁ ଯୋଡି ଉଚ୍ଚଶିକ୍ଷାର ମାନବୃଦ୍ଧି ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଆଜି ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଅନୁଗୁଳ ଆସି ଅନୁଗୁଳ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି ଅବସରରେ ସେ ଏହି ଅଭିଯାନ ଓଡ଼ିଆ ଆଲୁମିନି ମାନଙ୍କୁ ଭାବପ୍ରବଣତା ସହିତ ବିନିଯୋଗ କରିବା ପାଇଁ ଏକ ମଞ୍ଚ । ଏହାଦ୍ୱାରା କଲେଜ ଦିନର ସ୍ମୃତିକୁ ଫେରିପାଇବାର ଅନ୍ୟତମ ସୁଯୋଗ । ଏହି ଅଭିଯାନ କେବଳ ଛାତ୍ରୀଛାତ୍ରଙ୍କ ପାଇଁ ସୀମିତ ନୁହେଁ , ଅଣ-ଆଲୁମିନି , ସାମାଜିକକର୍ମୀ, ଦାତବ୍ୟ ସଙ୍ଗଠନ, ଗୋଷ୍ଠୀ ଓ ଅନୁଷ୍ଠାନ ମଧ୍ୟ ଏଥିରେ ଅଂଶ ହୋଇପାରିବେ ଏବଂ ଏହା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା କରିବା ସହ ରାଷ୍ଟ୍ରନିର୍ମାଣ, ଦକ୍ଷତା ବିକାଶ ତଥା ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ତାଙ୍କ ସହିତ ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟୟନ ପାଇଁ ଏକ ଅଭିନବ ତଥା ରୋମାଞ୍ଚକର ସ୍ଥାନ ହୋଇପାରିବ। ଆମେ ସମସ୍ତେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଫେରାଇବାର ଆନନ୍ଦ ଅନୁଭବ କରିବା ଉଚିତ, ଯେଉଁଠାରେ ଆମେ ଆମର ଯୌବନର ଅତ୍ୟନ୍ତ ମୂଲ୍ୟବାନ ସମୟ ଅତିବାହିତ କରିଥିଲେ ଏବଂ ଆମ ଭବିଷ୍ୟତ ନିର୍ମାଣ କରିଥିଲୁ ବୋଲି କହିଥିଲେ । Advertisement
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…
ପ୍ରଧାନମନ୍ତ୍ରୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ପ୍ରତିବାଦରେ ବିଜେପିର ମୌନ ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ଦିନ ଶିମିଳିପଡା ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ମୌନ ଧାରଣା ଦିଆ ଯାଇଥିଲା ।…
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ଅମରେଶ୍ବର ମିଶ୍ରଙ୍କ ପରଲୋକ ତାଳଚେର – ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର୍ ତଥା ବିଶିଷ୍ଟ ରାଜନୈତିକ ବିଶାରଦ ଅମରେଶ୍ବର ମିଶ୍ରଙ୍କ ପରଲୋକ ଘଟିଛି । ତାଙ୍କୁ ୭୪ ବର୍ଷ ହୋଇଥିଲା ।…