ସିରିଜ ଲୁଟ – ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ସୁନା ଲାପଟପ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ । ଲୁଟେରା ଗ୍ୟାଙ୍ଗ ତାଳଚେର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ କିଛି କିଛି ସମୟର ବ୍ୟବଧାନରେ ଗୋଟିଏ ସ୍ଥାନରୁ ବନ୍ଧୁକ ଦେଖେଇ , ଫାଙ୍କା ଗୁଳି ଚାଳନା କରି ଟଙ୍କା , ସୁନା ଚେନ , ମୁଦି , ମୋବାଇଲ ଏବଂ ଗାଡ଼ି ଲୁଟି ନେଇଛନ୍ତି । ଗୋଟିଏ ଗ୍ୟାଙ୍ଗରେ ୪ ରୁ ୫ ଜଣ ରହି ବିଭିନ୍ନ ମାରଣାସ୍ତ୍ର ଦେଖାଇ ପ୍ରଥମେ ମାଡ ମାରିଲେ ତାପରେ ବନ୍ଧୁକ ଦେଖେଇଲେ ପରେ ଲୁଟିଲେ ।

ସୂଚନା ଅନୁସାରେ ତାଳଚେର ସିଂହସାହି ଅଞ୍ଚଳର ଦୁଇ ଭାଇ କୌଣସି କାମରେ ସମ୍ବଲପୁର ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବାଘୁଆବୋଲ ରେଳ ଫାଟକ ପାଖରେ ୫ ରୁ ୬ ଜଣ ହାତରେ ମାରଣାସ୍ତ୍ର ଦେଖାଇ ଦୁଇ ଭାଇଙ୍କୁ ଅଟକାଇ ଥିଲେ । ଦୁଇ ଭାଇ ଭୟଭୀତ ହୋଇ ଗାଡ଼ି ନ ଅଟକାଇବାରୁ ଲୁଟେରା ଗ୍ୟାଙ୍ଗ ଫାଙ୍କା ଗୁଳି ଚାଳନା କରିବା ସହ ଗାଡ଼ିକୁ ପଥର ମାରିଥିଲେ ଯାହା ଦ୍ଵାରା ତାଙ୍କ ଗାଡ଼ିର କାଚ ଭାଙ୍ଗିଯାଇଛି । ଆଜି ସକାଳେ ତାଳଚେର ଥାନାର ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜେଶ୍ ସିଂହ । ସେହିପରି ଝାଡଖଣ୍ଡ ଅଞ୍ଚଳରୁ କିଛି ଲୋକ କାମରେ ତାଳଚେର ଆସିଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ବାଘୁଆବୋଲ ରେଳ ଫାଟକ ପାଖରେ ଫାଟକ ପଡ଼ିଥିବାରୁ ଗାଡ଼ି ଅଟକାଇ ଥିଲେ । ୬ ରୁ ୭ ଜଣ ଦୃର୍ବୁତ୍ତ ମୁହଁରେ ମୁଖା ପିନ୍ଧି ମାରଣାସ୍ତ୍ର ଦେଖେଇ ଅତୁଲ ପ୍ରସାଦ ଏବଂ ତାଙ୍କ ସାଥିଙ୍କୁ ଭୟଭୀତ କରିଥିଲେ । ଭୟରେ ଅତୁଲ ଏବଂ ତାଙ୍କ ସାଥୀ ଗାଡ଼ି ଛାଡି ସୁରକ୍ଷା ପାଇଁ କିଛି ଦୂରକୁ ପଳାଇବାରୁ ଲୁଟେରା ମାନେ ଗାଡ଼ିରେ ଥିବା ଟଙ୍କା , ଦୁଇଟି ଲାପଟପ୍, ଚେନ , ମୁଦି ଅନ୍ୟାନ୍ୟ କାଗଜ ପତ୍ର ଥିବା ବ୍ୟାଗ ସହ କାରଟିକୁ ନେଇଯାଇଥିଲେ । ସେହିପରି ଜଣଙ୍କୁ ହାଣି ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବା ବେଳେ ରାଉରକେଲାରୁ ଏକ ମିନି ଟ୍ରକ ରେ ଜିନିଷ ଧରି ତାଳଚେର ଆସିଥିବା ବେଳେ ତାଙ୍କୁ ମାଡ ମାରି ତାଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଛଡ଼ାଇ ନେଇଛନ୍ତି । ତେବେ ଲୁଟେରା ଗ୍ୟାଙ୍ଗ ର ଏପରି ଆତଙ୍କ ତାଳଚେରକୁ ସଂପୂର୍ଣ୍ଣ ଅଶାନ୍ତ କରିଦେଇଛି । ସମସ୍ତେ ଆଜି ସକାଳେ ତାଳଚେର ଥାନାର ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *