ଅଢେଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ସହ ବନ୍ଧୁକ ଜବତ – ଛଅ ଗିରଫ

ଅନୁଗୁଳ – ଅନୁଗୁଳ ପୁଲିସକୁ ଏକ ବଡ ସଫଳତା ମିଳିଛି । ଚଢ଼ାଉ କରି ପୁଲିସ ୨୬୪.୮୨୦ କି.ଗ୍ରାମ ଗଞ୍ଜେଇ , ଏକ ଦେଶୀ ବନ୍ଧୁକ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ।

ପୁଲିସ ସୂଚନା ଅନୁସାରେ, ପୁରୁଣାକୋଟ ଥାନା ପୁଲିସ ଏକ ବିଶ୍ୱସନୀୟ ଖବର ଆଧାରରେ ଅନୁଗୁଳ ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସ୍ପେସିଆଲ୍ ସ୍କ୍ବାର୍ଡ ଓ ପୁରୁଣାକୋଟ ପୁଲିସଙ୍କ ଟିମ୍ କନ୍ଧକୋଇଲି ଗାଁରେ ଏହି ମିଳିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୨୬୪.୮୨୦ କିଲୋଗ୍ରାମ ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଦୁକ, ଗଞ୍ଜେଇ ପରିବହନରେ ବ୍ୟବହୃତ ଗୋଟିଏ ମୋଟରସାଇକେଲ୍ ଏବଂ ପାଞ୍ଚଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଗଞ୍ଜେଇର କେଉଁଠୁ ଆସୁଥିଲା , ଏହି ବ୍ୟବସାୟରେ ଆର୍ଥିକ ଲେନଦେନ କିଏ କରୁଥିଲା ଓ ସମ୍ପୃକ୍ତ ଅନ୍ୟ ଲୋକଙ୍କ ସମ୍ପୃକ୍ତି ନେଇ ପୁଲିସ ଅଧିକ ତଦନ୍ତ କରୁଛି । ଅନୁଗୁଳ ପୁଲିସ ଜିଲ୍ଲାକୁ ମାଦକମୁକ୍ତ କରିବା ପାଇଁ ତାଙ୍କର ଜିରୋ-ଟୋଲରେନ୍ସ ନୀତି ଜାରି ରଖିବାକୁ ପୁନଃ ଦୃଢ଼ ସଙ୍କଳ୍ପ ବ୍ୟକ୍ତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page