ଅପରାଧ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟିଲେ ସାଇବର ଠକ Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଅପରାଧୀ ମାନଙ୍କ ଦୌରାତ୍ମ ଥମିବାରେ ନାଁ ନେଉନାହିଁ । ପ୍ରାୟ ପ୍ରତ୍ଯେକ ଦିନ ଜିଲ୍ଲାର କାହାକୁ ନା କାହାକୁ ଟାର୍ଗେଟ କରି ସାଇବର ଠକମାନେ ଲୁଟ ଚଳାଇଛନ୍ତି । ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀଙ୍କଠାରୁ ପୁଣି ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ ( ୩୫ ) ନାମକ ଜଣେ କର୍ମଚାରୀଙ୍କ ମୋବାଇଲ ନମ୍ବରକୁ ସୋମବାର ଏକ ଅଜଣା ନାମବାରରୁ ଏକ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲେ ତୁମ କ୍ରେଡିଟ କାର୍ଡର ସ୍ବାସ୍ଥ୍ୟ ବୀମା ଆକ୍ଟିଭେଟ ହୋଇଯାଇଛି । ଏହାକୁ ରଖିବାକୁ ଚାହୁଁଛ ନା କାଟିବାକୁ ଚାହୁଁଛ । ଜ୍ୟୋତି ଏହାକୁ କାଟିବା ପାଇଁ କହିଥିଲେ । ଏହାପରେ ସାଇବର ଲୁଟେରା କହିବା ଅନୁସାରେ ଜ୍ୟୋତି ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରି ଦେଇଥିଲେ । ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ଦୁଇଟି କିସ୍ତିରେ ୭୨ ହଜାର ଟଙ୍କା ଚାଲିଯାଇଥିଲା । ଏ ନେଇ ଜ୍ୟୋତି ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ଜାଲ ଇନଷ୍ଟାଗ୍ରାମରେ ମହିଳାଙ୍କ ଅଶ୍ଲିଳ ଫଟୋ ଦେଇ ଗିରଫ ହେଲେ ଯୁବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଥାନା ଅଞ୍ଚଳର ଜଣେ ୨୭ ବର୍ଷର ମହିଳାଙ୍କ ନାମରେ ଜାଲ ଇନଷ୍ଟାଗ୍ରାମ ଆଇଡି ଖୋଲି ଅଶ୍ଳିଳ ଭିଡିଓ ଓ…
ବରିଷ୍ଠ ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା – ଅଭିଯୁକ୍ତ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ଏକ ହତ୍ୟାକାଣ୍ଡ ଘଟି ଯାଇଚି । ଗାଁର…
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…