ଆଞ୍ଚଳିକ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା Angul OnlineJuly 12, 2022July 12, 2022 ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ ଯାଇଛି । ସାଂସଦ ଶ୍ରୀଯୁକ୍ତ ମହେଶ ସାହୁଙ୍କ ନେତୃତ୍ତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକା ଓ ଅନୁଗୁଳ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ରୁ A1 Grade ରେ ଉତ୍ତୀର୍ଣ୍ଣ ହୋଇଥିବା ୮୬ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ପୁରଷ୍କୃତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥୀ ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀମତୀ ବବିତା ପ୍ରଧାନ , ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ , ସାଂସଦଙ୍କ ଜିଲ୍ଲା ପ୍ରତିନିଧୀ ( ଯୁବ ଓ ଛାତ୍ର ବ୍ୟାପାର ) ଦିନେଶ ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନ କରିବା ସହିତ ଶୁଭେଛା ଜଣାଇଥିଲେ । Advertisement
ଜେଏସପି ଫାଉଣ୍ଡେସନ ପକ୍ଷରୁ ମମତା କେନ୍ଦ୍ରକୁ ସହୟତା ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସାମାଜିକ ଦାୟିତ୍ଵବୋଧ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ମଙ୍ଗଳବାର ଫୋଲ୍ଡେବୁଲ କାଉଚ ସହ ବିଭାଜନ ପରଦା…
ଛାତରୁ ପଡି ଜଣେ ମୃତ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକ ନିକଟ ଏକ ଭଡା ଘର ଛାତ ରୁ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।…
ଜିଲ୍ଲାର ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲା ଷ୍ଟେଟ୍ ହ୍ୟୁମାନ ରାଇଟସ କାଉନସିଲ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଶେଷ କରି ଡାଳଚେର ସହରର ପ୍ରତ୍ୟୁଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାକୁ ନେଇ ଉଦବେଗ ପ୍ରକାଶ କରିଛି ଷ୍ଟେଟ୍ ହ୍ୟୁମାନ ରାଇଟସ…