ଖେଳ ଓ ଖେଳାଳି ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ – ଉଦ୍ଘାଟନୀ ମ୍ୟାଚ୍ରେ ତାଳଚେର ବିଜୟୀ Angul OnlineDecember 21, 2021December 21, 2021 ଅନୁଗୁଳ – ଅନୁଗୁଳ ମର୍ଣ୍ଣିଷ୍ଟାର୍ କ୍ରିକେଟ କ୍ଲବ ତରଫରୁ ଷଷ୍ଠ ମର୍ଣ୍ଣିଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ସ୍ଥାନୀୟ କଦମ ପଡ଼ିଆ ଠାରେ ଉଦ୍ଘାଟିତ ହୋଇଯାଇଛି । ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ସଭାପତି ତଥା ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଘର ସଂପାଦକ ସାଗରନାଥ ମିଶ୍ର ଯୋଗଦେଇଥିଲେ । ପ୍ରଥମ ମ୍ୟାଚ୍ ଚାର୍ଜର୍ ଏକାଦଶ ଏବଂ ତାଳଚେର ଦେଉଳବେଡ଼ା କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚାର୍ଜର ଏକାଦଶ ଦଳ ନିର୍ଦାରିତ ୧୫ ଓଭର୍ରେ ୬ ଉଇକେଟ୍ ହରାଇ ୧୪୮ରନ୍ କରିଥିଲା । ଦଳ ତରଫରୁ ସତ୍ୟରଞ୍ଜନ ସର୍ବାଧିକ ୬୬ ଏବଂ ରଞ୍ଜନ ୪୨ ରନ୍ କରିଥିଲେ । ଜବାବରେ ତାଳଚେର ଦଳ ୧୩ଓଭର୍ରେ ୪ଟି ଉଇକେଟ୍ ହରାଇ ୧୫୧ ରନ୍ କରି ବିଜୟୀ ହୋଇଥିଲା । ତାଳଚେରର ସୁଜଲ ଦାସଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ରେ ପୁରସ୍କୃତ କରାଯାଇଥିଲା । ‘ସମାଜ’ ଅନୁଗୁଳ ସଂସ୍କରଣ ଶାଖା ପରିଚାଳକ ନିରଞ୍ଜନ ହୋତା ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଆମ୍ପାୟର୍ ଭାବେ ଅଞ୍ଜନ କର ଏବଂ ସଞ୍ଜୀବ କୁମାର ପାତ୍ର ଖେଳ ପରିଚାଳନା କରିଥିଲେ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗନେଉଛନ୍ତି । ବୁଧବାର ବିଏମ୍ସିସି ଅନୁଗୁଳ ଏବଂ ବିସିସି ଅନୁଗୁଳ ମଧ୍ୟରେ ମ୍ୟାଚ୍ ଖେଳାଯିବ । Advertisement
ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗ , ଚମ୍ପିୟାନ ହେଲା ମା ରାମଚଣ୍ଡୀ ଟିମ ଅନୁଗୁଳ – ଅନୁଗୁଳ ପିଟିସି ପଡ଼ିଆରେ ଚାଲିଥିବା ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗର ଫାଇନାଲ୍ ମ୍ୟାଚରେ ମା ରାମଚଣ୍ଡୀ କୋଶଳା ଟିମ ବିଜୟୀ ହୋଇ ଚମ୍ପିୟାନ…
ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ ଅନୁଗୁଳ – ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର…
ଗାଁର ଝିଅ ଏବେ ଓସିଏ ଟେକ୍ନିକାଲ୍ ଆନାଲିଷ୍ଟ୍ ଅନୁଗୁଳ: ଗାଁର ଝିଅ ଏବେ ରାଜ୍ୟସ୍ତରର ମହିଳା କ୍ରିକେଟ୍ ଖେଳାଳୀଙ୍କ ମାର୍ଗଦର୍ଶକ । ନିଜ ସ୍ୱପ୍ନ ସିନା ପୂରଣ କରିପାରିଲେନି । କିନ୍ତୁ ଅନ୍ୟ କ୍ରିକେଟ୍ ଖେଳାଳୀଙ୍କୁ…