ଅପରାଧ ବଜାର ଭିତରୁ ଡିକି ଭାଙ୍ଗି ନେଇଗଲେ ଏକ ଲକ୍ଷ ଟଙ୍କା (ଭିଡିଓ) Angul OnlineAugust 1, 2022August 1, 2022 ତାଳଚେର – ପୁଣି ମାତିଲେ ଡିକି ଲୁଟେରା । ଜନ ଗହଳି ପୂର୍ଣ୍ଣ ବଜାର ଭିତରୁ ଆଖି ପିଛୁଳାକେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ବଜାରରେ । ତାଳଚେର ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ନାମକ ଜଣେ ବ୍ୟକ୍ତି ତାଳଚେର SBI ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ତାଙ୍କ ମୋଟରସାଇକେଲ ଡିକିରେ ଟଙ୍କା ରଖିଥିଲେ । ସେଠାରୁ ସେ ଏକ ହାର୍ଡୱେୟାର ଦୋକାନକୁ ଯାଇ ଦୋକାନ ସାମନାରେ ମୋଟରସାଇକେଲ ରଖି ଦୋକାନ ଭିତରକୁ ଯାଇଥିଲେ । ସେହି ସମୟରେ ଦୁଇଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଡିକି ଭାଙ୍ଗି ଟଙ୍କା ନେଇ ଚମ୍ପଟ ମାରିଥିଲେ । ବିଦୂସ ଆସି ଦେଖିବା ବେଳେ ଟଙ୍କା ନଥିବାରୁ ଦୋକାନ ସିସି ଟିଭି ଜାଞ୍ଚ କରିଥିଲେ । ସିସି ଟିଭିରେ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ମୋଟରସାଇକେଲରେ ଅପେକ୍ଷା କରି ରହିଥିଲା । ଆଉ ପ୍ରଥମ ଯୁବକ ଜଣଙ୍କ ଟଙ୍କା ନେଇ ଯିବା ପରେ ଅନ୍ୟ ଯୁବକ ଜଣଙ୍କ ସହ ମୋଟରସାଇକେଲରେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଛି । ଟଙ୍କା ଚୋରି ହେବା ପରେ ବିଦୂସ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । https://angulonline.com/odia/wp-content/uploads/2022/08/diki-bhangi.mp4 Advertisement
ଯୁବତୀଙ୍କୁ ଦୁଷ୍କର୍ମ – ଜଣେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିମିଳିପାଳ ଅଞ୍ଚଳରେ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।…
ଅଟୋ ମାଲିକଙ୍କୁ ମାଡ ମାରି ଟଙ୍କା ଲୁଟ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ ରୋଡ଼ରେ ଜଣେ ଅଟୋ ମାଲିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ୫୦ହଜାର ଟଙ୍କା ଲୁଟିବା ସହ ମୋବାଇଲ ଛଡ଼ାଇ…
ସପ୍ତମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା…