ଅପରାଧ ପୁଲିସ କବଜାରେ ମୋଟରସାଇକେଲ ଚୋରି ଗ୍ୟାଙ୍ଗ Angul OnlineDecember 14, 2024December 14, 2024 ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ମୋଟରସାଇକେଲ ଲୁଟେରା । ଅନେକ ଦିନ ହେଲା ଅନୁଗୁଳ ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିବା ବେଳେ ଶେଷରେ ଏକ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ଡି ପି ଓ ରମାକାନ୍ତ ମାହାଳିକଙ୍କ ସୂଚନା ଅନୁସାରେ ଅନୁଗୁଳ ମାଳତୀବିହାର ଅଞ୍ଚଳରେ ରହୁଥିବା ଚନ୍ଦ୍ରପୁର ଗାଁର ମନୋଜ ବେହେରା ତାଙ୍କ ମୋଟରସାଇକେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ବେଳେ ଏହା ଏକ ଗ୍ୟାଙ୍ଗର କାମ ଆଉ ଏଥିରେ ଅନେକଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ଏଥିପାଇଁ ଅନୁଗୁଳ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ବରେ ପୁଲିସ ଏହାର ଅଧିକ ତଦନ୍ତ କରି ହାକିମପଡାର ଅମିତ ବେହେରା ମୁଖ୍ୟ ଅଭିଯୁକ୍ତ ଜାଣି ପୁଲିସ ତାକୁ ଥାନାକୁ ଆଣି ପଚରାଉଚୁରା କରିଥିଲା । ପୁଲିସ ଜେରା ବେଳେ ଅଭିଯୁକ୍ତ ଚୋରି ଘଟଣାକୁ ସ୍ୱୀକାର କରିବା ସହ ଅନ୍ୟ କେଉଁ ମାନଙ୍କ ସମ୍ପୃକ୍ତି ଓ ଚୋରି ମୋଟରସାଇକେଲ କେଉଁଠି କେମିତି ବିକ୍ରି କରିଛନ୍ତି ମାନି ଯାଇଥିଲା । ଅମିତର ବୟାନ ଅନୁସାରେ ପୁଲିସ ଚୋରିରେ ସମ୍ପୃକ୍ତ ଅନ୍ୟ ୩ ଜଣ ଓ ୨ ଜଣ କବାଡି ଦୋକାନିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ହାକିମପଡ଼ାର ଅମିତ୍ ବେହେରା (୨୦), ଶାବଳଭଙ୍ଗାର ବିଜୟ ପେଣ୍ଠୋଇ (୩୨), କାହ୍ନା ଖାନ୍ (୧୯), କୁଣ୍ଢେଇଗୋଳା ଥାନା ଅଞ୍ଚଳର ରାକେଶ ଖାନ୍ (୧୯), କବାଡି ଦୋକାନୀ ଅଭିମନ୍ୟୁ ଜେନା (୪୮) ଓ ଛେଣ୍ଡିପଦା ଥାନା ଅଞ୍ଚଳର ସୁଶିଲ ସାହୁ (୩୭) । ସେମାନଙ୍କ ନିକଟରୁ ୬ ଟି ମୋଟରସାଇକେଲ , ଗୋଟିଏ ଚେଚିସ , ଗୋଟିଏ ଇଞ୍ଜିନ ସମେତ ମୋବାଇଲ ଫୋନ ଓ ୭୬୧୦୦ ଟଙ୍କା ଜବତ କରା ଯାଇଛି । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
ଠକେଇ ଅଭିଯୋଗରେ ଗିରଫ ପରେ ଛାତ୍ରନେତାଙ୍କୁ ସାଙ୍ଗଠନିକ ପଦବୀରୁ ଅବ୍ୟାହତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୁବ ନେତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ।…
ଟ୍ରେନ ଲୋକୋ ପାଇଲଟ ଚଲାଇଥିଲେ ବ୍ରାଉନସୁଗାର ବେପାର – ମାଡି ବସିଲା ପୁଲିସ ତାଳଚେର – ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ରେଲୱେ ଲୋକୋ ପାଇଲଟ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା…
ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଲେ – ଷ୍ଟେସନ ଯିବା ବାଟରୁ କରିଥିଲେ ଅପହରଣ ! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା । ଘଟଣାରେ ଏବେ ନୂଆଁ ମୋଡ ଆସିଚ୍ଚି । ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ…