ଅପରାଧ ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ – ଜଣେ ଗିରଫ Angul OnlineOctober 19, 2021October 19, 2021 ଅନୁଗୁଳ – ଅନୁଗୁଳ ଥାନା ରାଜକିଶୋରପଡ଼ାଠାରେ ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାଜକିଶୋର ପଡ଼ାର ପ୍ରସନ୍ନ କୁମାର ମହାନ୍ତି ଓ ଲୁଲୁ ଓରଫ ପ୍ରଦୀପ ଶତପଥିଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ପ୍ରଦୀପ ଉତକ୍ଷିପ୍ତ ହୋଇ ପ୍ରସନ୍ନଙ୍କୁ ଠେଲି ଦେଇଥିଲେ । ପ୍ରଦୀପ୍ତଙ୍କ ଧକ୍କାରେ ପ୍ରସନ୍ନ ତଳେ ପଡ଼ିଯାଇଥିବା ବେଳେ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ନିଆ ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପ୍ରସନ୍ନଙ୍କ ପରିବାର ତରଫରୁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରାଯାଇଚ୍ଚି । ପୁଲିସ ଘଟଣାରେ ଏକ ମାମଲା ରୁଜୁକରି ପ୍ରଦୀପଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । Advertisement
ସିମ ବ୍ଲକ ହୋଇଯିବ କହି ଠକିନେଲେ ଏକ ଲକ୍ଷ ୨୫ ହଜାର ଅନୁଗୁଳ – କେୱାଇସିରେ ତୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ ସାଇବର ଠକ ।…
ପଥରରେ ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ଜଣେ ଯୁବକ ଦୋଳମଣ୍ଡପ ପଡିଆ ନିକଟସ୍ଥ କୋଠଘରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା…
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ହତ୍ୟା କଲା ସାନଭାଇ ପାଲଲହଡା – ଜମି ଜମା ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ I ଏଭଳି ବିଭତ୍ସ ହତ୍ୟା କାଣ୍ଡ…