ଅପରାଧ ମହିଳାଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ Angul OnlineJuly 28, 2021July 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମସୁରପଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଠାକୁର ଘରେ ପୂଜା କରୁଥିବା ବେଳେ ଜଣେ ମହିଳାଙ୍କ ଉପରେ କିରୋସିନ ଢାଳି ତାଙ୍କ ଶଶୁର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଦେହରେ ନିଆଁ ଲଗାଇ ଦେବା ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ହେମସୁରପଡାର ଶିବ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାୟକ (୩୪) ଆଜି ସକାଳ ୭ ଟା ବେଳେ ଗାଧେଇ ପାଧେଇ ଠାକୁର ଘରେ ପୂଜା କରୁଥିଲେ । ହଠାତ ତାଙ୍କ ଶଶୁର ଶଙ୍କର୍ଷଣ ନାୟକ ଆସି ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବା ପରେ ଲକ୍ଷ୍ମୀପ୍ରିୟା ଚିତ୍କାର କରି ଘରୁ ରାସ୍ତାକୁ ଦୌଡି ଆସିଥିଲେ । ପରିବାର ଲୋକ ଓ ସାହି ପଡିଶା ନିଆଁ ଲାଗୁଥିବା ଦେଖି ନିଆଁଙ୍କୁ ଆୟତ୍ତ କରି ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଶିବ ନାୟକଙ୍କ ଓ ଲକ୍ଷ୍ମୀପ୍ରିୟାଙ୍କ ବିବାହ ପ୍ରାୟ ୧୨ ବର୍ଷ ତଳୁ ହୋଇଥିବା ବେଳେ ଶିବ ନୟାଗଡରେ ରହି କାମ କରନ୍ତି । ଲକ୍ଷ୍ମୀପ୍ରିୟା ଏହିଠାରେ ପରିବାରର ଅନ୍ୟ ମାନଙ୍କ ସହ ରହୁଥିବା ବେଳେ ଆଜି ଶଶୁର ଶଙ୍କର୍ଷଣ ତାଙ୍କୁ କାହିଁକି ନିଆଁ ଲଗାଇ ମାରିଦେବା ପାଇଁ ଉଦ୍ୟମ କରୁଥିଲେ ତାହା ଜଣା ପଡି ନାହିଁ । ସେପଟେ ଏ ନେଇ ପୁଲିସରେ ମଧ୍ୟ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି । Advertisement
ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି…
କମେଣ୍ଟ ମାରିବାରୁ ଯୁବକଙ୍କୁ ଗାଁରେ ଲଣ୍ଡା କରି ବୁଲାଇଲେ ତାଳଚେର – ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କାଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…
ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା…