ଅପରାଧ ମହିଳାଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ Angul OnlineJuly 28, 2021July 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମସୁରପଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଠାକୁର ଘରେ ପୂଜା କରୁଥିବା ବେଳେ ଜଣେ ମହିଳାଙ୍କ ଉପରେ କିରୋସିନ ଢାଳି ତାଙ୍କ ଶଶୁର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଦେହରେ ନିଆଁ ଲଗାଇ ଦେବା ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ହେମସୁରପଡାର ଶିବ ନାୟକଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାୟକ (୩୪) ଆଜି ସକାଳ ୭ ଟା ବେଳେ ଗାଧେଇ ପାଧେଇ ଠାକୁର ଘରେ ପୂଜା କରୁଥିଲେ । ହଠାତ ତାଙ୍କ ଶଶୁର ଶଙ୍କର୍ଷଣ ନାୟକ ଆସି ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବା ପରେ ଲକ୍ଷ୍ମୀପ୍ରିୟା ଚିତ୍କାର କରି ଘରୁ ରାସ୍ତାକୁ ଦୌଡି ଆସିଥିଲେ । ପରିବାର ଲୋକ ଓ ସାହି ପଡିଶା ନିଆଁ ଲାଗୁଥିବା ଦେଖି ନିଆଁଙ୍କୁ ଆୟତ୍ତ କରି ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଶିବ ନାୟକଙ୍କ ଓ ଲକ୍ଷ୍ମୀପ୍ରିୟାଙ୍କ ବିବାହ ପ୍ରାୟ ୧୨ ବର୍ଷ ତଳୁ ହୋଇଥିବା ବେଳେ ଶିବ ନୟାଗଡରେ ରହି କାମ କରନ୍ତି । ଲକ୍ଷ୍ମୀପ୍ରିୟା ଏହିଠାରେ ପରିବାରର ଅନ୍ୟ ମାନଙ୍କ ସହ ରହୁଥିବା ବେଳେ ଆଜି ଶଶୁର ଶଙ୍କର୍ଷଣ ତାଙ୍କୁ କାହିଁକି ନିଆଁ ଲଗାଇ ମାରିଦେବା ପାଇଁ ଉଦ୍ୟମ କରୁଥିଲେ ତାହା ଜଣା ପଡି ନାହିଁ । ସେପଟେ ଏ ନେଇ ପୁଲିସରେ ମଧ୍ୟ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି । Advertisement
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…
ଟ୍ରକରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ଯମ ବେଳେ କାବୁ କଲା ପୁଲିସ( ଭିଡିଓ ) ଅନୁଗୋଳ – ରାଜପଥରେ ଯାଉଥିବା ଟ୍ରକକୁ ଅଟକାଉଥିଲା । ବନ୍ଧୁକ ଦେଖାଇ ଧମକ ଚମକ ଦେଇ ଲୁଟୁଥିଲା । ଖବର ପାଇ ମାଡି ବସିଲା ପୁଲିସ…
ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ସଦର ଥାନା କୁମୁରିସିଂହା ଗ୍ରାମରେ ଛଅ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ରାୟ ସୋମବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…