ପାଲଲହଡା – ତଣ୍ଟି କାଟି ଓ ପଥରରେ ଛେଚି ମହିଳାଙ୍କୁ ଜଘନ୍ୟ ହତ୍ୟା । ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା । ଏମିତି ଏକ ଘଟଣା ପାଲଲହଡା ଥାନା ଝାରବଡା ପଞ୍ଚାୟତର ସୁସବନାଳୀ ଗାଁରେ ଘଟିଛି ।

ସୂଚନା ଅନୁସାରେ ମୃତଜନ ମୁଣ୍ଡା , ସବୁ ଦିନ ଭଳି ସୋମବାର ଦିନ କାମ କରିବାକୁ ଯାଇଥିଲେ । କିନ୍ତୁ ତାପରେ ଆଉ ସେ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜା ଖୋଜି କଲା ପରେ ଗତକାଲି ରାତିରେ ଏକ ପତ୍ର ପଡ଼ି ଠାରୁ ତାଙ୍କ ମୃତ ଦେହ ମିଳିଥିଲା । ଯେଉଁଥିରେ ବେକରେ କ୍ଷତ ଓ ମୁହଁରେ ପଥର ଛେଚା ହୋଇଥିବା ଜଣା ପଡ଼ିଥିଲା । ପରିବାର ଲୋକେ ପୁଲିସକୁ ଖବର ଦେଲା ପରେ ପୁଲିସ ଆଜି ସକାଳେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

