ରାଜନୀତି ପୌର ନିର୍ବାଚନ ଠିକ ପୂର୍ବରୁ ବିଜେଡ଼ିକୁ ଝଟକା – ନଗର ବିଜେଡି ଉପସଭାପତିଙ୍କ ଇସ୍ତଫା Angul OnlineMarch 22, 2022March 22, 2022 adv- ଅନୁଗୁଳ – ପୌର ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇଦିନ ଥିବା ବେଳେ ବିଜେଡ଼ିକୁ ଏକ ଝଟକା ଲାଗିଛି । ସବୁ ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀମାନେ ଘମଘୋଟ ପ୍ରଚାର ଚଳାଇ ଥିବାବେଳେ ଆଜି(ମଙ୍ଗଳବାର) ନଗର ବିଜେଡି ଉପସଭାପତି ସତ୍ୟାନନ୍ଦ ଦଳବେହେରା ନିଜ ପଦବୀ ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଚଳିତ ପୌର ନିର୍ବାଚନରେ ବିଜେଡି ପକ୍ଷରୁ ନଗରପାଳ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ । ତେବେ ସମସ୍ତ ଆକଳନକୁ ଓଲଟ ପାଲଟ କରି ଅକ୍ଷୟ ସାମନ୍ତ କଂଗ୍ରେସରୁ ଆସି ବିଜେଡି ଟିକଟ ପାଇବା ପରେ ସେ ନିରାଶ ହୋଇଥିଲେ । ତେବେ ସେ ନିଜ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଲେଖିଥିବା ବେଳେ ଅନ୍ୟ କୌଣସି ଦଳରେ ଏବେ ଯୋଗ ଦେବେ ନାହିଁ ବୋଲି ସତ୍ୟାନନ୍ଦ ପ୍ରକାଶ କରିଛନ୍ତି । Advertisement
ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି…
ବିଜେଡିରୁ କୈଳାସ ବହିଷ୍କୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ପୂର୍ବତନ ବିଜେଡି ସଭାପତି କୈଳାସ ସାହୁଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ସୂଚନା ଅନୁସାରେ ଦଳ ସଭାପତି ପୂର୍ବତନ…
ବିଜେଡି ର ମିଶ୍ରଣ ପର୍ବ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଛେଣ୍ଡିପଦା -(AO)- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ବଡହିଁସର ପଞ୍ଚାୟତର ମା ଖୁମ୍ବେଶ୍ବରୀ ପିଠଠାରେ ବିଜୁ ଜନତା ଦଳ ତରଫରୁ ମିଶ୍ରଣ…