ବାଣିଜ୍ୟ ନବୀନ ଜିନ୍ଦଲଙ୍କୁ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ Angul OnlineFebruary 11, 2023February 11, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହ ଜଣାଶୁଣା ଭିଭିଭୂମି ଥିଙ୍କ ଟ୍ୟାଙ୍କ ଏବଂ ଭଭିଭୂମି ଗବେଷଣା ଅଧ୍ୟୟନ ତାଲିମ ଫାଉଣ୍ଡେସନ୍ ଫାଷ୍ଟ କଂଷ୍ଟ୍ରକସନ କାଉନସିଲ ପକ୍ଷରୁ ଏହି ସଂସ୍ଥା ଜେଏସ୍ପିକୁ ବୃହତ ଶିଳ୍ପ ବର୍ଗରେ ୨ୟ ଦ୍ରୁତତମ ବୃଦ୍ଧି ପାଉଥିବା ଇସ୍ପାତ କମ୍ପାନୀ ଭାବେ ପୁରସ୍କାର ପ୍ରଦାନ କରିଛି । ଜିନ୍ଦଲ ପାନ୍ଥର୍ ଟିଏମଟି ରିବାରର୍ସକୁ ସାର୍ଟିଫିକେଟ୍ ଅଫ୍ ଅଥେନ୍ସିଟି ପ୍ରଦାନ କରିଛି । ଦିଲ୍ଲୀଠାରେ ପ୍ରଥମ ନିର୍ମାଣ ପରିଷଦର ୬୩ର ମେକ୍ ଇନ୍ ଷ୍ଟିଲ୍ ଫୋରମ୍ ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଜେଏସପିର ମୁଖ୍ୟ ମାର୍କେଟିଂ ଅଧିକାରୀ ଏସ୍କେ ପ୍ରଧାନ ଶ୍ରୀ ଜିନ୍ଦଲ ଏବଂ କମ୍ପାନୀ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ ଶ୍ରୀ ଜିନ୍ଦଲଙ୍କ ଠାରୁ ମିଳିଥିବା ବାର୍ତ୍ତା ସମସ୍ତଙ୍କୁ ଶୁଣାଇଥିଲେ । ଶ୍ରୀ ଜିନ୍ଦଲ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ, ଜେଏସପି ହେଉଛି ରାଷ୍ଟ୍ର ନିର୍ମାଣ ପାଇଁ ଉତ୍ସର୍ଗୀକୃତ ଏକ କମ୍ପାନୀ ଏବଂ ଆମ ପାଇଁ ଉତ୍ପାଦ ଏବଂ ସେବାର ଗୁଣବତ୍ତା ଏବଂ କାର୍ଯ୍ୟର ସ୍ଥାୟୀତ୍ବ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ । ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ ଯେ, ଜେଏସପି କେବଳ ଇସ୍ପାତ ନିର୍ମାତା ନୁହେଁ ବରଂ ଭିତ୍ତିଭୂମି ବିକାଶ କ୍ଷେତ୍ରର ମଧ୍ୟ ଏହା ଏକ ଅଗ୍ରଣୀ କମ୍ପାନୀ । ଯାହା ଆନ୍ତର୍ଜାତୀୟ ଗୁଣବତ୍ତା ସମ୍ପନ୍ନ ରେଲ୍ରୁ ରିବାରର୍ସ ପ୍ରସ୍ତୁତ କରି ରାଷ୍ଟ୍ର ନିର୍ମାଣରେ ସହାୟତା ପ୍ରଦାନ କରୁଛି । ଫାର୍ଷ୍ଟ କନଷ୍ଟ୍ରକ୍ସନ୍ କାଉନସିଲର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରତାପ ପାଡୋଡେ କହିଛନ୍ତି ଯେ, ନବୀନ ଜିନ୍ଦଲ ଚଳିତ ବର୍ଷ ଇସ୍ପାତ କ୍ଷେତ୍ରରେ ଉଲ୍ଲେକ୍ଷନୀୟ ସଫଳତା ହାସଲ କରିଛନ୍ତି । ତାଙ୍କ ମାର୍ଗଦର୍ଶନରେ ଜେଏସ୍ପି ଏହାର ଉତ୍ପାଦ ପ୍ରୋଫାଇଲରେ ଅତୁଳନୀୟ ମୂଲ୍ୟ ବୃଦ୍ଧି କରିଛି । ନିର୍ମାଣ ଏବଂ ଇଭିଭୂମି କ୍ଷେତ୍ର ପାଇଁ ଆବଶ୍ୟକୀୟ ଲମ୍ବା ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନୂତନ ଉଚ୍ଚତାକୁ ସ୍ପର୍ଶ କରିଛି । କେବଳ ଏତିକି ନୁହେଁ, ଜେଏସ୍ପି ସମଗ୍ର ଇସ୍ପାତ ଜଗତକୁ ଏକ ନୂତନ ଦିଗ ଦେଖାଉଛି । ଇସ୍ପାତ କ୍ଷେତ୍ରରେ ବୈଷୟିକ ଜ୍ଞାନ ଏବଂ ଦକ୍ଷତା କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଅନେକ ବ୍ୟକ୍ତିତ୍ଵ ଏହି ସମ୍ମାନଜନକ ପୁରସ୍କାର ପାଇଁ ଗଠିତ କମିଟିରେ ଚୟନକର୍ତା ଭାବେ ଅଂଶଗ୍ରହଣ କରିଥିଲେ । Advertisement
ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅନୁଗୁଳ – ଅନୁଗୁଳ ଲକ୍ଷ୍ମୀ ହୋଣ୍ଡା ଠାରେ ଶୁକ୍ରବାର ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର…
ଲକ୍ଷ୍ମୀ ହୋଣ୍ଡାର ପୂଜା ବମ୍ଫର ଅଫର – ହୋଣ୍ଡା ଗାଡି ମାତ୍ର ୧୧୦୦ ଟଙ୍କା ଡାଉନପେମେଣ୍ଟରେ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାର ପବିତ୍ର ପୂଜା ଅବସରରେ ବମ୍ଫର ଅଫର ଶୁଭାରମ୍ଭ ହୋଇଯାଇଛି । ଯେଉଁ…
ଅନୁଗୁଳ ବଜାରରେ ଓକାୟା ଇ-ଭେଇକିଲ୍ ଅନୁଗୁଳ – ଅନୁଗୁଳ ସହରର ଅମଳାପଡାର ଗାନ୍ଧୀମାର୍ଗରେ ଓକାୟା ଇ-ଭେଇକିଲ୍ ସୋ ରୁମ୍ ଉଦ୍ଘାଟନ – ହୋଇ ଯାଇଛି । ବଜାରକୁ ଏହି ଓକାୟା ଇ-ଭେଇକିଲର ୩ଟି…