ମୁଖ୍ୟ ଖବର ବସ ପଛରେ ବାଡେଇ ହୋଇ ଦୁଇ ମୃତ Angul OnlineNovember 25, 2022November 25, 2022 ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ ଏକ ବସ ପଛରେ ଏକ ମୋଟରସାଇକେଲ ବାଡେଇ ହେବା ଫଳରେ ଦୁଇ ମୋଟରସାଇକେଲ ଆରୋହି ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଏବଂ ଅନ୍ୟ ଜଣଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ଦୁଇଜଣ ହେଲେ ଶିବ କୁମାର ରାଉଳ ଓ ସୂର୍ଯ୍ୟ କୁମାର ରାଉତ । ଉଭୟ ମେଡ଼ିସିନ ରିପ୍ରେଜେଣ୍ଟିଭ ହୋଇଥିବା ବେଳେ ପାଲଲହଡା ଅଞ୍ଚଳରୁ କାମ ସାରି ଦିନ ପ୍ରାୟ ୧୧.୩୦ ବେଳେ ଖମାର ଆଡ଼କୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
ଶିକାରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନ ଗଲା ବନ୍ତଳା – ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଶିକାରୀଙ୍କ ପାଦ୍ରୁଭାବ ଥମିବାରେ ନା ଧରୁନି । ତେବେ ଶିକାରୀଙ୍କ ବନ୍ୟଜନ୍ତୁ ଶିକାର ଲାଳସା ଯୋଗୁଁ ଗୋଟିଏ ପରେ ଗୋଟିଏ…
ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି…
ନାଲକୋକୁ ପାଣି ଓ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ ଅନୁଗୁଳ – ନାଲକୋ ଦ୍ବାରା କ୍ଷତିଗ୍ରସ୍ତ ୩ଟି ବିଧାନସଭା କ୍ଷେତ୍ର ତଥା ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮…