ସ୍ୱାସ୍ଥ୍ୟ ଜିଲ୍ଲା ପାଇଁ ୨୬ ଜଣ ଡାକ୍ତରଙ୍କୁ ନିଯୁକ୍ତି Angul OnlineJune 5, 2021June 5, 2021 ଅନୁଗୁଳ – ରାଜ୍ୟ ସରକାର ୭୫୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ ଲାଇନ କାଉନସିଲ ମାଧ୍ୟମରେ ସେମାନଙ୍କ ନିଯୁକ୍ତି ସ୍ଥାନ ଗୁଡିକି ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେମାନଙ୍କୁ ନିଯୁକ୍ତି ପତ୍ର ଦେଇ ନିଜ ନିଜ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଯୋଗ ଦେବା ପାଇଁ କୁହାଯାଇଛି । ଏହି କ୍ରମରେ ଅନୁଗୁଳ ଜିଲ୍ଲା ପାଇଁ ୨୬ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି । ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ୩ ଜଣ, ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ୨ଜଣ , ଆଠମଲ୍ଲିକ ଉପଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ଜଣେ ଓ ତାଳଚେର ଉପସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ସେହିପରି ଜିଲ୍ଲାର ୧୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା ପୁରୁଣାଗଡ଼ , କଳମଛୁଇଁ , ସହରଗୁରୁଜଙ୍ଗ , ଗୋପାଳ ପ୍ରସାଦ , ରଜଡଙ୍ଗ , ଜରପଡା , ବଇଣ୍ଡା , ପବିତ୍ରନଗର , ବଜ୍ରକୋଟ , ଯମରଡିହ , ପତାକା , ମରାତିରା , କୁଳୁମା , ବଡ଼ କେରେଜେଙ୍ଗ , ପୁରୁଣାକୋଟ ଓ ପାଇକସାହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ଅନେକ ଦିନ ହେଲା ଜିଲ୍ଲାରେ ଭଲ ସ୍ୱାସ୍ଥ୍ୟ ଭିତ୍ତି ଭୂମି ଥିବା ସତ୍ତ୍ୱେ ଡାକ୍ତରଙ୍କ ଅଭାବ ଥିଲା ବେଳେ ଏହି ୨୬ ଜଣ ଡାକ୍ତର ନିଯୁକ୍ତି ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଶାର ଆଲୋକ ଆସିଛି । ଖାସ କରି କିଛି ଦୁର୍ଗମ ଅଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ନିଯୁକ୍ତି ମିଳିଥିବାରୁ ବୁଦ୍ଧିଜୀବୀ ଗହଣରେ ଆନନ୍ଦ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତର ମାନଙ୍କୁ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । Advertisement
ନେହେରୁ ଶତାଦ୍ଦୀ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ…
ବିରଳ ରକ୍ତଦାନ କରି ଦେବଦୂତ ସାଜିଲେ ରଜତ ଅନୁଗୁଳ – କୌଣସି ରକ୍ତ ସମ୍ପର୍କ ନାହିଁ । ହେଲେ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ସୁଦୂର ରାଉରକେଲାରୁ ଆସିଲେ ଅନୁଗୁଳ । ଆଉ ବିରଳ ଗ୍ରୁପ୍ର…
ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ…