ସ୍ୱାସ୍ଥ୍ୟ ଜିଲ୍ଲା ପାଇଁ ୨୬ ଜଣ ଡାକ୍ତରଙ୍କୁ ନିଯୁକ୍ତି Angul OnlineJune 5, 2021June 5, 2021 ଅନୁଗୁଳ – ରାଜ୍ୟ ସରକାର ୭୫୦ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ଅନ ଲାଇନ କାଉନସିଲ ମାଧ୍ୟମରେ ସେମାନଙ୍କ ନିଯୁକ୍ତି ସ୍ଥାନ ଗୁଡିକି ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସେମାନଙ୍କୁ ନିଯୁକ୍ତି ପତ୍ର ଦେଇ ନିଜ ନିଜ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଯୋଗ ଦେବା ପାଇଁ କୁହାଯାଇଛି । ଏହି କ୍ରମରେ ଅନୁଗୁଳ ଜିଲ୍ଲା ପାଇଁ ୨୬ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି । ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ୩ ଜଣ, ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ୨ଜଣ , ଆଠମଲ୍ଲିକ ଉପଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ ପାଇଁ ଜଣେ ଓ ତାଳଚେର ଉପସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ସେହିପରି ଜିଲ୍ଲାର ୧୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା ପୁରୁଣାଗଡ଼ , କଳମଛୁଇଁ , ସହରଗୁରୁଜଙ୍ଗ , ଗୋପାଳ ପ୍ରସାଦ , ରଜଡଙ୍ଗ , ଜରପଡା , ବଇଣ୍ଡା , ପବିତ୍ରନଗର , ବଜ୍ରକୋଟ , ଯମରଡିହ , ପତାକା , ମରାତିରା , କୁଳୁମା , ବଡ଼ କେରେଜେଙ୍ଗ , ପୁରୁଣାକୋଟ ଓ ପାଇକସାହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଲେଖାଏଁ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ଅନେକ ଦିନ ହେଲା ଜିଲ୍ଲାରେ ଭଲ ସ୍ୱାସ୍ଥ୍ୟ ଭିତ୍ତି ଭୂମି ଥିବା ସତ୍ତ୍ୱେ ଡାକ୍ତରଙ୍କ ଅଭାବ ଥିଲା ବେଳେ ଏହି ୨୬ ଜଣ ଡାକ୍ତର ନିଯୁକ୍ତି ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଶାର ଆଲୋକ ଆସିଛି । ଖାସ କରି କିଛି ଦୁର୍ଗମ ଅଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ନିଯୁକ୍ତି ମିଳିଥିବାରୁ ବୁଦ୍ଧିଜୀବୀ ଗହଣରେ ଆନନ୍ଦ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତର ମାନଙ୍କୁ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । Advertisement
ଝାଡ଼ାବାନ୍ତିରେ ୫୦ ରୁ ଅଧିକ ଆକ୍ରାନ୍ତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଗହମ ଗାଁରେ ଝାଡାବାନ୍ତିରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ…
୧୦ ବିଶେଷଜ୍ଞ ଡାକ୍ତରଙ୍କ ଯୋଗଦାନ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ରାଜ୍ୟ ସରକାର ଆଉ ୧୦ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ନିଶ୍ଚେତକ ବିଶେଷଜ୍ଞ ଥିବା…
ଅନୁଗୁଳରୁ ଚିହ୍ନଟ ହେଲେ ୨ ଓମିକ୍ରନ୍ ଆକ୍ରାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଉଭୟ…