ଖେଳ ଓ ଖେଳାଳି ଦଶନ୍ଧି ପରେ କ୍ରୀଡା ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚିତ Angul OnlineMay 23, 2023May 23, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦ ଦୀର୍ଘ ବର୍ଷର ହେଲା ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଥିଲା । ଗଣମାଧ୍ୟମରେ ବାରମ୍ବାର ଏ ନେଇ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା । ଆଉ ବହୁ ବାଦ ବିବାଦର ଅନ୍ତ ଘଟି ଶେଷରେ ଆଜି ଅନୁଗୋଳ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଏହି ସଂସଦର ସଭାପତି ଜିଲ୍ଲାପାଳ ହୋଇଥିବା ବେଳେ ସାଧାରଣ ସମ୍ପାଦକ ପାଇଁ ଦୁଇ ଜଣଙ୍କ ମଧ୍ୟରେ ଭୋଟ ଲଢେଇ ହୋଇଥିଲା । ଏହି ପଦବୀ ପାଇଁ ଅନୁଗୋଳରୁ ରୁଚିର କୁମାର ଦାସ ଓ ତାଳଚେରରୁ ଡା. ଗୌର ଗୋବିନ୍ଦ ସାମନ୍ତ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମୋଟ ୫୪ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୩୬ ଜଣ ସଦସ୍ୟ ମତଦାନ କରିଥିଲେ । ୩୬ ଟି ଭୋଟରୁ ତାଳଚେର ଅଞ୍ଚଳର ଡଃ . ଗୌର ଗୋବିନ୍ଦ ସାମନ୍ତ ୨୩ ଟି ଭୋଟ ପାଇ ବିଜୟ ହାସଲ କରିଥିବା ବେଳେ ରୁଚିର କୁମାର ଦାସଙ୍କୁ ୧୩ ଖଣ୍ଡ ଭୋଟ ମିଳିଥିଲା । ଯାହା ଫଳରେ ଏକ ଦଶନ୍ଧି ପରେ କ୍ରୀଡା ସଂସଦକୁ ଜଣେ ନୁଆଁ ସାଧାରଣ ସମ୍ପାଦକ ମିଳିଛି । ଏହା ସହ ଉପସଭାପତି ଭାବେ ନେତ୍ରାନନ୍ଦ ମାହକୁଳ , ଯୁଗ୍ମ ସମ୍ପାଦକ ଭାବେ ଦିଲ୍ଲୀପ କୁମାର ରାଉତ ଏବଂ କୋଷାଧ୍ୟକ୍ଷ ଭାବେ କିଶୋର କୁମାର କର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଜିତିବା ପରେ ନୂତନ ସାଧାରଣ ସମ୍ପାଦକ ଡ଼. ଗୌର ଗୋବିନ୍ଦ ସାମନ୍ତ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । କିନ୍ତୁ ସେମାନଙ୍କୁ ସଠିକ ଭାବରେ ସୁଯୋଗ ମିଳୁ ନାହିଁ । ଏବେ ଜିଲ୍ଲାର ସବୁ ଖେଳ ଏବଂ ସମସ୍ତ ଖେଳାଳୀ କିଭଳି ରାଜ୍ୟ ତଥା ଦେଶ ପାଇଁ ଖେଳି ଗୌରବ ଆଣିବେ ସେ ଦିଗରେ ସେ ପ୍ରୟାସ କରିବେ । Advertisement
ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର…
ଉତ୍ତର କେନ୍ଦ୍ରୀୟ ପୁଲିସ ରେଞ୍ଜ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ଅନୁଗୁଳ – ଅନୁଗୁଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରେ ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ରେଞସ୍ତରୀୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦଯାପନ ଉତ୍ସବରେ ମୁଖ୍ୟ…
ସି ଏମ ଟ୍ରଫିର କ୍ବାଟର ଫାଇନାଲରେ ଅନୁଗୁଳ ଅନୁଗୁଳ – ଓଡ଼ିଶାର ୪ ଟି ବିଭିନ୍ନ ଜୋନରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ଟ୍ରଫି ୨୦୨୫ର କ୍ବାଟର ଫାଇନାଲରେ ଅନୁଗୁଳ ଏଫ ସି ପ୍ରବେଶ କରିଛି । କେନ୍ଦୁଝର…