ବାଣିଜ୍ୟ ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ Angul OnlineNovember 10, 2021November 10, 2021 ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରି ଏକ ଲୋକାଭିମୁଖୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ ବୋଲି ଆଜି ନାଲ୍କୋ ପ୍ରଶିକ୍ଷଣ ଗୃହରେ ୨ ଦିନିଆ ଇଣ୍ଡଷ୍ଟ୍ରି କେୟାର କର୍ମଶାଳାରେ ମାନ୍ୟବର ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । କର୍ମଶାଳାରେ ଯୋଗଦାନ ଦେଇଥିବା ୪୨ଟି ବୃହତ ଶିଳ୍ପ ସଂସ୍ଥାର କର୍ମକର୍ତାକ ସହ ଆଲୋଚନା କରି ଶିଳ୍ପ ଅନୁଷ୍ଠାନମାନେ ତ୍ବରାନ୍ବିତ ଭାବରେ ଚାଲିବା ନିମନ୍ତେ ଆବଶ୍ୟକ କଞ୍ଚାମାଲ , ଭିତ୍ତଭୂମୀ , ପ୍ରଦ୍ୟୁଷଣ ପ୍ରମାଣ ପତ୍ର , ରାସ୍ତା ସଂଯୋଗ , ପାଚେରୀ , ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ , ରେଳ ସଂଯୋଗୀକରଣ , ପାନୀୟ ଜଳ ଯୋଗାଣ , ବିସ୍ଥାପିତ ମାନଙ୍କୁ କ୍ଷତିପୂରଣ ଓ ଆନୁସଙ୍ଗିକ ସମସ୍ୟାର ସମାଧାନ ନିମନ୍ତେ ବିଶଦ ଆଲୋଚନା ହୋଇଥିଲା । ଉଭୟ ଜିଲ୍ଲାରେ ଚାଷ ଓ ଇଣ୍ଡଷ୍ଟ୍ରି ପାଇଁ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଉଭୟଙ୍କୁ ଗୁରୁତ୍ୱ ଦେଇ କାମ କରାଯିବ ବୋଲି ସମୀକ୍ଷା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରୀପାଠୀ କହିଥିଲେ । ଖୁବ ଶୀଘ୍ର ଅନୁଗୁଳର ନୁଆଁ କୋଲ କରିଡର ତିଆରି ହେବ । ଏଥିପାଇଁ ଜିଲ୍ଲାରେ ନୁଆଁ ୧୨ ଟି ଖଣି ହେବ । ଏହାର ଡିଟେଲସ ପ୍ରୋଜେକ୍ଟ ରିପୋର୍ଟ ୨ ମାସ ଭିତରେ ଦାଖଲ ହେବ । ଏହାସହ ଢେଙ୍କାନାଳ ଓ ଅନୁଗୁଳ ରେ ୨ ଟି ନୁଆଁ MSME ପାର୍କ ନିର୍ମାଣ ପାଇଁ ଯୋଜନା କରାଯାଇଛି । ଖୁବ ଶୀଘ୍ର ନାଲକୋର ସମ୍ପ୍ରସାରଣ କରାଯିବ ଆଉ ଏଥିପାଇଁ ବ୍ରାହ୍ମଣୀରୁ ଆସିବ । ଏହି ପାଣି କିଭଳି ଆସିବ ସେ ନେଇ ଯୋଜନା ତିଆରି ହେବ । ଅନୁଗୁଳ ଆଲୁମିନିୟମ ପାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ । ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହେଉଥିବା ପାଉଁଶ ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହି ପାଉଁଶ ସୁପରିଚାଳନା ପାଇଁ ଖଣି ଗୁଡିକ ସହ ଆଲୋଚନା କରା ଯାଇଛି । ତାଳଚେର ବନ୍ଦ ହୋଇଥିବା ଖଣିରେ ଏହି ପାଉଁଶ ସବୁ ଭର୍ତ୍ତି କରାଯିବ । ଯାହା ଫଳରେ ପ୍ରଦୂଷଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳି ପାରିବ । ଅନୁଗୁଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶିଳ୍ପ ଅନୁଷ୍ଠାନଗୁଡିକରେ ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷକ ଦୃଷ୍ଟିକୁ ଆଣି ସେଗୁଡିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ପରାମର୍ଶଦାତା ପ୍ରଶଂସା କରି କହିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିବା ସହ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଯୋଗ ଦେଇ ଢେଙ୍କାନାଳ ସ୍ଥିତ ଶିଳ୍ପ ଅନୁଷ୍ଠାନ ଗୁଡିକର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମତାମତ ଦେଇଥିଲେ । ଏହାଛଡା ଏହି କର୍ମଶାଳାରେ ଇପିକୋଲ ଏବଂ ଇକୋର ପରିଚାଳନା ନିର୍ଦେଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆ , ନାଲ୍କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର , ଶିଳ୍ପ ବିଭାଗର ନିର୍ଦ୍ଦେଶକ ସାଦିକ ଅଲ୍ଲୀ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ , ଡେପୁଟୀ କଲେକ୍ଟର ଶ୍ରୀ ବଇତୁରା ଦିପ୍ , ଜିଲ୍ଲା ସ୍ତରୀୟ ଅଧିକାରୀ , ବିଭିନ୍ନ ଶିଳ୍ପ ସଂସ୍ଥାଗୁଡିକର କର୍ମକର୍ତ୍ତା ଯୋଗ ଦେଇଥିଲେ । ଆସନ୍ତାକାଲି ୧୫୦ଗୋଟି ଏମ୍ ଏସ୍ ଏମ୍ ଇ ୟୁନିଟ୍ ଏହି କର୍ମଶାଳାରେ ଭାଗ ନେବେ । Advertisement
ଅର୍ଥନୈତିକ ଅବରୋଧ ଯୋଗୁଁ କୋଇଲା ଉତ୍ପାଦନ ଓ ପରିବହନ ଠପ – ଆଲୋଚନା ପରେ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହୃତ ଅନୁଗୁଳ – ୫ଦଫା ଦାବୀ ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ସକାଳୁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ମଞ୍ଚର କାର୍ଯ୍ୟକର୍ତାମାନେ ତାଳଚେରସ୍ଥିତ ଏମସିଏଲର ବିଭିନ୍ନ…
Laxmi Honda ରେ Honda New SP 125 OBD-II (B) ର ବଜାର ପ୍ରବେଶ ଅନୁଗୁଳ – ଅନୁଗୁଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Motorcycle SP…
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି ପୁରସ୍କାର ଭୁବନେଶ୍ୱର – ସିଏସଆର କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ସିଏସଆର ଏଣ୍ଡ ସଷ୍ଟେନେବିଲିଟି…