ମୁଖ୍ୟ ଖବର ଟ୍ରକ ପଛରେ ପିଟିହେଲା ଯାତ୍ରୀବାହି ବସ – ୧୫ ରୁ ଅଧିକ ଆହତ Angul OnlineNovember 10, 2021November 10, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେବଗଡ-ଅନୁଗୁଳ ରାସ୍ତା ନିଶା ନିକଟରେ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ ଜଣରୁ ଅଧିକ ଆହତ ହୋଇଥିବା ଜଣା ପଡିଛି । ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ ଗେଟ ସମ୍ମୁଖରେ ଛିଡା ହୋଇଥିବା ଏକ କୋଇଲା ଟ୍ରକ ପଛରେ ଯାତ୍ରୀବାହୀ ବସ ବାଡେଇ ହୋଇଛି । ସୂଚନା ଅନୁସାରେ ଦେବଗଡ଼ରୁ ଭୁବନେଶ୍ୱର ଯାଉଥିବା ଶିବ ଶଙ୍କର ନାମକ ବସ ବେଳେ ବିଳମ୍ବିତ ରାତିରେ ଛିଡା ହୋଇଥିବା କୋଇଲା ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସର ହେଲପର ଗୁରୁତର ହୋଇଥିବା ବେଳେ ଅନ୍ୟ ୧୫ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ରାତିରେ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି । Advertisement
ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ରେ ହାତୀ ଆକ୍ରମଣରେ ଦୁଇ…
ଗଣତି ପାଇଁ ବ୍ୟବସ୍ଥା ଅନୁଗୁଳ -(ଅନୁଗୁଳ ଅନଲାଇନ)- ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି ହେବାକୁ ଥିବା ଭୋଟ ଗଣତି ପାଇଁ ଜିଲ୍ଲା ପ୍ରସାଶନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୃଙ୍ଖଳିତ…
ଶୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍.ପି. ଅନୁଗୁଳ – ବଦଳିଲେ ଅନୁଗୁଳ ଏସ୍.ପି. ଜଗମୋହନ ମିନା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ଅନୁଗୁଳ ଏସ୍.ପି.ଜଗମୋହନ ମୀନାଙ୍କର ଗଞ୍ଜାମ ଜିଲ୍ଲାକୁ…