ମୁଖ୍ୟ ଖବର ବ୍ରାହ୍ମଣଦେଇପଡାରୁ ଶିଶୁପୁତ୍ର ଉଦ୍ଧାର Angul OnlineSeptember 15, 2022September 16, 2022 ଅନୁଗୁଳ – ଅନୁଗୁଳ ସହର ବ୍ରାହ୍ମଣଦେଇପଡାରୁ ଏକ ନବଜାତକ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ପଡାର ଏକ ପିଣ୍ଡିରେ କପଡ଼ାରେ ଗୁଡା ହୋଇ ଶିଶୁପୁତ୍ରଟି ପଡିଥିବା ବେଳେ ସେହି ରାସ୍ତାଦେଇ ଯାଉଥିବା ସୁବାସ ଚନ୍ଦ୍ର ହାଜରା ଓ ଅନ୍ୟ ଜଣେ ଯୁବକଙ୍କ ନଜର ପଡିଥିଲା । ଆଖପାଖରେ ପଚରାଉଚରା କରିବା ବେଳେ ଶିଶୁପୁତ୍ରଟିର କେହି ଦାବିଦାର ନଥିବା ଜଣା ପଡିଥିଲା । ଏଣୁ ଉକ୍ତ ଯୁବକ ଦୁଇଜଣ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିଶୁପୁତ୍ରଟିର ଅବସ୍ଥା ସ୍ଥିର ଥିବା ବେଳେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ ଏନ ସି ୟୁରେ ଭର୍ତ୍ତି କରା ଯାଇଛି । ତେବେ କିଏ ଓ କାହିଁକି ଶିଶୁପୁତ୍ରଟିକୁ ଏଭଳି ଛାଡି ଯାଇଛି ସେ ନେଇ ପୁଲିସ ତଦନ୍ତ କରୁଛି । ଚାଇଲଡ଼ ଲାଇନ ମଧ୍ୟ ଖବର ପାଇ ମୁଖ୍ୟ ଚିକିତ୍ସାଳୟରେ ପହଂଚିଛି । Advertisement
ବାପା-ଝିଅଙ୍କ ଉପରେ ଚଢ଼ିଗଲା ଟ୍ରକ – ଉଭୟ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ମୋଟରସାଇକେଲ ଉପରେ ଟ୍ରକ୍ ଚଢ଼ି ଯିବାରୁ…
ଉପ ବାଚସ୍ପତିଙ୍କ ଗାଡ଼ିରେ ଜାତୀୟ ପତାକାକୁ ଅସମ୍ମାନ ଅନୁଗୁଳ – ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ବନ୍ତଳା ଅଭିମୁଖେ ଯାଉଥିବା ବେଳେ ପଞ୍ଚମହଲା ନିକଟରେ ତାଙ୍କ ଗାଡି…
ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । କୋଭିଡ ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତିଙ୍କ ମୃତଦେହ…