ରାଜନୀତି ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ Angul OnlineAugust 17, 2021August 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବ୍ୟୌମକେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଜିଲ୍ଲାର ସମସ୍ତ ବ୍ଲକ , ପୌର ପରିଷଦ ଓ ଏନଏସି ପାଇଁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ କରିଛନ୍ତି । ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ମଝଭୁତ ଓ ସକ୍ରୀୟ କରିବାକୁ ଜିଲ୍ଲା ସଭାପତିଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି । ଆଗାମୀ ସମୟରେ ଜିଲ୍ଲାର ସମସ୍ତ ୨୨୫ ଟି ପଞ୍ଚାୟତ ଓ ୫୫ ଟି ଓ୍ବାର୍ଡରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯିବା ସହିତ , ଓ୍ବାର୍ଡ ସଙ୍ଗଠନକୁ ଗୁରୁତ୍ତ୍ବ ଦିଆଯିବ ବୋଲି ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସୂଚନା ଦେଇଛନ୍ତି । କଣିହାଁ ବ୍ଲକ ପାଇଁ ସତ୍ୟବ୍ରତ ଦେହୁରୀ , ଆଠମଲ୍ଲିକ ବ୍ଲକ ପାଇଁ ଲିପୁନା ଭୂକ୍ତା , ତାଳଚେର ବ୍ଲକ ପାଇଁ ପ୍ରଦୀପ କୁମାର ପ୍ରଧାନ , ବଅଁରପାଳ ବ୍ଲକ ପାଇଁ ଜିତେନ୍ଦ୍ର କୁମାର ପ୍ରଧାନ , ଅନୁଗୁଳ ବ୍ଲକ ପାଇଁ ଅମିତ କୁମାର ଦାସ, ପାଲଲହଡା ବ୍ଲକ ପାଇଁ ରାଜେଶ କୁମାର ଦାସ , ଛେଣ୍ଡିପଦା ବ୍ଲକ ପାଇଁ ତାପସ କୁମାର ସାହୁ , କିଶୋରନଗର ବ୍ଲକ ପାଇଁ ଲକ୍ଷ୍ମୀଧର ସାହୁ , ଆଠମଲ୍ଲିକ ପାଇଁ ଅଶୋକ କୁମାର ସାହୁ , ଅନୁଗୁଳ ପୌରପାଳିକା ପାଇଁ ସୁଧୀର କୁମାର ନାଏକ ଓ ତାଳଚେର ପୌରପାଳିକା ପାଇଁ ପ୍ରଦୀପ କୁମାର ସାମଲ ଙ୍କୁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । Advertisement
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପିର ୧୩ ଦାବି ଅନୁଗୁଳ – ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପାଟନାୟକଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ…
ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପିର ଦିଲୀପ ଅନୁଗୁଳ ଓ ଯୋଗମାୟା ଆଠମଲ୍ଲିକରୁ ହେବେ ପ୍ରାର୍ଥୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ତିନୋଟି ପୌର ପରିଷଦର ନଗରପାଳ ପଦବୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି । ରାଜ୍ୟ ସଭାପତି ସମୀର…
ଅନୁଗୁଳ ବିଇଡ଼ି କଲେଜ ଜାତୀୟ ସ୍ତରର ହେବ – କେନ୍ଦ୍ରମନ୍ତ୍ରୀ ଅନୁଗୁଳ – କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ…