ରାଜନୀତି ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ Angul OnlineAugust 17, 2021August 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବ୍ୟୌମକେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଜିଲ୍ଲାର ସମସ୍ତ ବ୍ଲକ , ପୌର ପରିଷଦ ଓ ଏନଏସି ପାଇଁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ କରିଛନ୍ତି । ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ମଝଭୁତ ଓ ସକ୍ରୀୟ କରିବାକୁ ଜିଲ୍ଲା ସଭାପତିଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି । ଆଗାମୀ ସମୟରେ ଜିଲ୍ଲାର ସମସ୍ତ ୨୨୫ ଟି ପଞ୍ଚାୟତ ଓ ୫୫ ଟି ଓ୍ବାର୍ଡରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯିବା ସହିତ , ଓ୍ବାର୍ଡ ସଙ୍ଗଠନକୁ ଗୁରୁତ୍ତ୍ବ ଦିଆଯିବ ବୋଲି ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସୂଚନା ଦେଇଛନ୍ତି । କଣିହାଁ ବ୍ଲକ ପାଇଁ ସତ୍ୟବ୍ରତ ଦେହୁରୀ , ଆଠମଲ୍ଲିକ ବ୍ଲକ ପାଇଁ ଲିପୁନା ଭୂକ୍ତା , ତାଳଚେର ବ୍ଲକ ପାଇଁ ପ୍ରଦୀପ କୁମାର ପ୍ରଧାନ , ବଅଁରପାଳ ବ୍ଲକ ପାଇଁ ଜିତେନ୍ଦ୍ର କୁମାର ପ୍ରଧାନ , ଅନୁଗୁଳ ବ୍ଲକ ପାଇଁ ଅମିତ କୁମାର ଦାସ, ପାଲଲହଡା ବ୍ଲକ ପାଇଁ ରାଜେଶ କୁମାର ଦାସ , ଛେଣ୍ଡିପଦା ବ୍ଲକ ପାଇଁ ତାପସ କୁମାର ସାହୁ , କିଶୋରନଗର ବ୍ଲକ ପାଇଁ ଲକ୍ଷ୍ମୀଧର ସାହୁ , ଆଠମଲ୍ଲିକ ପାଇଁ ଅଶୋକ କୁମାର ସାହୁ , ଅନୁଗୁଳ ପୌରପାଳିକା ପାଇଁ ସୁଧୀର କୁମାର ନାଏକ ଓ ତାଳଚେର ପୌରପାଳିକା ପାଇଁ ପ୍ରଦୀପ କୁମାର ସାମଲ ଙ୍କୁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । Advertisement
ପୌରାଧ୍ୟକ୍ଷ ପାଇଁ ନାମାଙ୍କନ କଲେ ସର୍ବ କନିଷ୍ଠ ପ୍ରାର୍ଥୀ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ଆଜି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ…
ବିଜେଡିର ତାଳଚେର ମୁନିସିପାଲିଟି କମିଟିର ପୁନଃର୍ଗଠନ – ସୁଧୀର ସଭାପତି,ଲଳିତ ସାଧାରଣ ସମ୍ପାଦକ ତାଳଚେର – ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରୀୟାଶିଳ ଓ ସୁଦୃଢ଼ କରିବା ପାଇଁ ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କମିଟିର ପୁନଃଗଠନକୁ ବିଜୁ…
ତିନି ସହରାଞ୍ଚଳରେ ୩୩ ୱାର୍ଡ ସଂରକ୍ଷିତ ୨୨ ୱାର୍ଡ ଅଣସଂରକ୍ଷିତ ଭୁବନେଶ୍ଵର – ରାଜ୍ୟର ୧୦୭ଟି ପୌରସଂସ୍ଥାର ୧୭୫୬ କାଉନସିଲର ପଦବୀ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରା ଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ପ୍ରେସ୍ମିଟ୍ର ଜରିଆରେ…