ରାଜନୀତି ଜିଲ୍ଲା ପାଇଁ ଯୁବ ବିଜେଡିର ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତ Angul OnlineAugust 17, 2021August 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ , ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବ୍ୟୌମକେଶ ରାଏଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳର ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଜିଲ୍ଲାର ସମସ୍ତ ବ୍ଲକ , ପୌର ପରିଷଦ ଓ ଏନଏସି ପାଇଁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତ କରିଛନ୍ତି । ଆଗାମୀ ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ଦଳକୁ ଅଧିକ ମଝଭୁତ ଓ ସକ୍ରୀୟ କରିବାକୁ ଜିଲ୍ଲା ସଭାପତିଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯାଇଛି । ଆଗାମୀ ସମୟରେ ଜିଲ୍ଲାର ସମସ୍ତ ୨୨୫ ଟି ପଞ୍ଚାୟତ ଓ ୫୫ ଟି ଓ୍ବାର୍ଡରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ କରାଯିବା ସହିତ , ଓ୍ବାର୍ଡ ସଙ୍ଗଠନକୁ ଗୁରୁତ୍ତ୍ବ ଦିଆଯିବ ବୋଲି ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନ ସୂଚନା ଦେଇଛନ୍ତି । କଣିହାଁ ବ୍ଲକ ପାଇଁ ସତ୍ୟବ୍ରତ ଦେହୁରୀ , ଆଠମଲ୍ଲିକ ବ୍ଲକ ପାଇଁ ଲିପୁନା ଭୂକ୍ତା , ତାଳଚେର ବ୍ଲକ ପାଇଁ ପ୍ରଦୀପ କୁମାର ପ୍ରଧାନ , ବଅଁରପାଳ ବ୍ଲକ ପାଇଁ ଜିତେନ୍ଦ୍ର କୁମାର ପ୍ରଧାନ , ଅନୁଗୁଳ ବ୍ଲକ ପାଇଁ ଅମିତ କୁମାର ଦାସ, ପାଲଲହଡା ବ୍ଲକ ପାଇଁ ରାଜେଶ କୁମାର ଦାସ , ଛେଣ୍ଡିପଦା ବ୍ଲକ ପାଇଁ ତାପସ କୁମାର ସାହୁ , କିଶୋରନଗର ବ୍ଲକ ପାଇଁ ଲକ୍ଷ୍ମୀଧର ସାହୁ , ଆଠମଲ୍ଲିକ ପାଇଁ ଅଶୋକ କୁମାର ସାହୁ , ଅନୁଗୁଳ ପୌରପାଳିକା ପାଇଁ ସୁଧୀର କୁମାର ନାଏକ ଓ ତାଳଚେର ପୌରପାଳିକା ପାଇଁ ପ୍ରଦୀପ କୁମାର ସାମଲ ଙ୍କୁ ଯୁବ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । Advertisement
ଢେଙ୍କାନାଳ ଲୋକସଭା ଆସନ ପାଇଁ ଦ୍ୱନ୍ଦ୍ବରେ ୩ ଦଳ – ସରୁନି ପ୍ରାର୍ଥୀ ଖୋଜା ଅନୁଗୁଳ – ଢେଙ୍କାନାଳ ଲୋକସଭା ଆସନ ନେଇ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ପୁରୁଣାଙ୍କୁ ପୁଣି ଭରସା…
ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ବାଲିପଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ…
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…