ରାଜନୀତି ପୌରାଧ୍ୟକ୍ଷ ପାଇଁ ୩ ଓ କାଉନସିଲର ପାଇଁ ୧୯ ଜଣଙ୍କ ନାମାଙ୍କନ ଦାଖଲ Angul OnlineMarch 6, 2022March 6, 2022 ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ପଦବୀ ପାଇଁ ରବିବାର ଦିନ ୩ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୯ ଜଣ କାଉନସିଲର ପଦବୀ ପାଇଁ ନାମଙ୍କନ ଦାଖଲ କରିଛନ୍ତି । ବିଜେଡିରେ ଏବେ ଏବେ ସାମିଲ ହୋଇଥିବା ଅକ୍ଷୟ କୁମାର ସାମନ୍ତ ପୌରାଧକ୍ଷ ପଦବୀ ପାଇଁ ଆଜି ସ୍ୱାଧୀନ ଭାବେ ପ୍ରାର୍ଥୀ ଭାବେ ଦାଖଲ କରିଥିବା ବେଳେ , ଗୁରୁ ଚରଣ ପ୍ରଧାନ ସ୍ୱାଧୀନ ପ୍ରାର୍ଥୀ ଭାବେ ଏବଂ କଂଗ୍ରେସ ଦଳରୁ ବଲବୀର ସିଂ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପର ପକ୍ଷରେ ପୌରାଧକ୍ଷ ପ୍ରାର୍ଥୀ ପାଇଁ ବିଜେଡି ଏବଂ ବିଜେପି କଂଗ୍ରେସ , ଆମ ଅଦମୀ ପାର୍ଟି ଓ ସିପିଆଇ(ଏମ) ଦଳର ପ୍ରାର୍ଥୀମାନେ ୭ ତାରିଖ ଦିନ ତାଙ୍କର ନାମାଙ୍କନ ଦାଖଲ କରିବେ ବୋଲି ଜଣା ପଡ଼ିଛି । ସେପଟେ ବିଜେପି ପକ୍ଷରୁ ଦିଲୀପ ପ୍ରଧାନ , ଆମ ଅଦମୀ ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ , ସିପିଆଇ(ଏମ) ପକ୍ଷରୁ ପ୍ରପା ପ୍ରସାଦ ନନ୍ଦ ପୌରାଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି ଦଳ ଘୋଷଣା କରିଛି । ଏହା ସହିତ ଅନୁଗୁଳ ପୌରପାଳିକାର ୨୩ ଟି ୱାର୍ଡ ପାଇଁ କାଉନସିଲର ପ୍ରାର୍ଥୀ ମାନେ ମଧ୍ୟ ୭ ତାରିଖ ଦିନ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । Advertisement
ଦିନିକିଆ ତାଳଚେର ଗସ୍ତରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତାଳଚେର – ଦିନିକିଆ ତାଳଚେର ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କର ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।ଏହି ପରିପ୍ରେକ୍ଷୀରେ ତାଳଚେର ଠାରେ…
ଓଡିଆ ପୁଅ ଧର୍ମେନ୍ଦ୍ର ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ !! ଖୁବ ଶୀଘ୍ର ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହେବାର ଅଛି । ତେବେ ଏହା ପୂର୍ବରୁ କିଏ ଏହି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବ ତାକୁ ନେଇ…
କିଏ କଲା ତାଳଚେର ବନ୍ଦ !! ବିଜେଡି-ବିଜେପି ମୁହାଁମୁହିଁ(ଭିଡିଓ) ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ବରିଷ୍ଠ ଡାକ୍ତର ପ୍ୟାରୀମୋହନ ମହାପାତ୍ରଙ୍କ ଗତକାଲି ଜେଲରେ ମୃତ୍ୟୁ ହେବା ପରେ ଆଜି ତାଳଚେର ଅଞ୍ଚଳର ସମସ୍ତ କୋଇଲା ଖଣି…