ମୁଖ୍ୟ ଖବର ସଡକ ସୁରକ୍ଷା ବୈଠକୁ ଏନ୍.ଏଚ.ଏ.ଆଇ.ର ହେୟାଜ୍ଞାନ – ଜାରି ହେବ ନୋଟିସ Angul OnlineJuly 16, 2023July 16, 2023 ଅନୁଗୋଳ – ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ ସଡ଼କ ସୁରକ୍ଷା ବୈଠକକୁ ଆସୁନାହାନ୍ତି । ଗୋଟିଏ କି ଦୁଇଟି ବୈଠକ ନୁହେଁ ଏମିତି ଅନେକ ବୈଠକ ବସିଥିଲେ ମଧ୍ୟ ଜଣେ ହେଲେ ବି କର୍ତ୍ତୃପକ୍ଷ ଦେଖା ଦବୁ ନାହାଁନ୍ତି । ପ୍ରଶାସନ ପକ୍ଷରୁ ଡକା ଗଲେବି ଖାତିର କରୁ ନାହାଁନ୍ତି । ଏହାକୁ ନେଇ ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଏନ୍ଏଚ୍ଏଆଇର ଏମିତି ବେପରୁଆ ମନୋଭାବ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ନିଷ୍ପତ୍ତି ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଅନୁଗୋଳ ଜିଲ୍ଲା ଦେଇ ଏକାଧିକ ଜାତୀୟ ରାଜପଥ ଯାଇଛି । ଗୁରୁତ୍ବପୂର୍ଣ୍ଣ ୫୫ ନମ୍ବର ଜାତୀୟ ରାଜପଥ ଅନୁଗୋଳ ଜିଲ୍ଲାର ସଦର ମହକୁମା ଉପରେ ଯାଇଛି । ଏହି ରାସ୍ତା ପ୍ରଶସ୍ତୀକରଣ କାମ ଶେଷ ହେଉନଥିବାରୁ ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ିପଡ଼ିବା ସହ ଅନେକ ଦୁର୍ଘଟଣା ଘଟୁଛି । ଯାହା ଫଳରେ ଲୋକଙ୍କ ଜୀବନ ଯାଉଛି । ଏହାର ନିରାକରଣ ଓ ଅନ୍ୟ ସମସ୍ୟାର ସମାଧାନ ପାଇଁ ସଡ଼କ ସୁରକ୍ଷା ବୈଠକରେ ଏନ୍ଏଚ୍ଏଆଇର ଉପସ୍ଥିତି ନିହାତି ଆବଶ୍ୟକ । କିନ୍ତୁ ବାରମ୍ବାର ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଏହି ଗୁରୁତ୍ବପୂର୍ଣ୍ଣ ବୈଠକକୁ ଅଣଦେଖା କରୁଛନ୍ତି । ତେଣୁ ବୈଠକରେ ଜାତୀୟ ରାଜପଥ ନେଇ କୌଣସି ଆଲୋଚନା ହୋଇପାରୁନି । କମିଟି ସଦସ୍ୟଙ୍କ ପ୍ରସ୍ତାବ ବି କାର୍ଯ୍ୟକାରୀ କରିବାରେ ସମସ୍ୟା ହେଉଛି । ତେଣୁ ଏନ୍ଏଚ୍ଏଆଇ ବିରୋଧରେ କଠୋର ହୋଇଛି କମିଟି । ବାରମ୍ବାର ଏନ୍ଏଚ୍ଏଆଇର ଅଧିକାରୀ ଅନୁପସ୍ଥିତ ଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଆବଶ୍ୟକ ହେଲେ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଅନୁଗୁଳରେ ଏହି ସଡ଼କ ସୁରକ୍ଷା କମିଟିର ବୈଠକ ହୋଇଥିଲାବେଳେ ଏଥିରେ ଢେଙ୍କାନାଳ ଏନ୍ଏଚ୍ଏଆଇ କାର୍ଯ୍ୟାଳୟର କୌଣସି ଅଧିକାରୀ ଉପସ୍ଥିତ ନଥିଲେ । ଏଥିନେଇ ଗତ ୬ ତାରିଖରୁ ଚିଠି ଲେଖି ଢେଙ୍କାନାଳ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ ମଧ୍ୟ କୌଣସି ଅଧିକାରୀ ଆସି ନଥିଲେ । ସେହିପରି ଗତ ଜୁନ୍ ୨୨ ତାରିଖରେ ହୋଇଥିବା ସଡ଼କ ସୁରକ୍ଷା ବୈଠକକୁ ଏନ୍ଏଚ୍ଏଆଇର ଢେଙ୍କାନାଳ ଓ ସମ୍ବଲପୁର ମଣ୍ଡଳର ଜଣେ ହେଲେ ବି ଅଧିକାରୀ ଆସି ନ ଥିଲେ । Advertisement
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…
ସହିଦ ଦେବାଶିଷ ସେଠୀଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦେଲା ସମ୍ବର୍ଦ୍ଧନା ଅନୁଗୁଳ – ମରୋଣତ୍ତର ଶୋର୍ଯ୍ୟ ଚକ୍ର ପୁରସ୍କୃତ ଦେବାଶିଷ ସେଠୀଙ୍କ ପରିବାରକୁ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ମାଓବାଦୀଙ୍କ ସହ ଲଢେ଼ଇ କରି…
ପାଣି ନାଁରେ ବିକ୍ରି ହେଉଛି ଜହର – ଜନ ସ୍ୱାସ୍ଥ୍ୟ ବିଭାଗର ଚଢାଉ ଅନୁଗୁଳ – ଅନୁଗୁଳ ସହରରେ ପାଣି ନାଁ ରେ ବିକ୍ରି ହେଉଛି ଜହର । ଯାହାକୁ ପିଇ ସାଧାରଣ ଲୋକ ଅସୁସ୍ଥ ହେବାର ସମ୍ଭାବନା ଅଛି ।…