ଖେଳ ଓ ଖେଳାଳି ଓଡିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ Angul OnlineDecember 11, 2022December 11, 2022 ଅନୁଗୁଳ – ଅନୁଗୁଳ ନାଲକୋନଗରସ୍ଥିତ ଇନଡୋର ହଲରେ ଅନୁଗୁଳ ଜିଲ୍ଲା ୟୁନାଇଟେଡ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଦ୍ବାରା ” ଓଡିଶା ରାଜ୍ୟ ବରିଷ୍ଠ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ୨୦୨୦ ” ଅନୁଷ୍ଠିତ ହୋଇ ଯାଇଛି | ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୦୯ ଜଣ ପୁରୁଷ ଏବଂ ମହିଳା ଖେଳାଳି ଭାଗ ନେଇଥିଲେ । ପୁରୁଷ ଏକକ , ପୁରୁଷ ଯୁଗଳ , ମହିଳା ଏକକ , ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ଏହି ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ । ଆଜି ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପାରା ଅଲମ୍ପିକ ଗୋଲଡ଼ ମେଡାଲିଷ୍ଟ ପ୍ରମୋଦ ଭଗତ , ଉପ ବାଚସ୍ପତି ରଜନୀକାନ୍ତ ସିଂହ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଟର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲରେ ଅନିର୍ବାଣ ମଣ୍ଡଲ , ମହିଳା ସିଙ୍ଗଳରେ ହର୍ଷିତା ରାଉତ , ପୁରୁଷ ଡ଼ବଲସରେ ଅନୁଗୁଳର ଅବିନାଶ ମହାନ୍ତି ଓ ମୟୂରଭଞ୍ଜର ଆୟୁସ ପଟନାୟକ ଯୋଡି , ମହିଳା ଡବଲସ ରେ ଖୋର୍ଦ୍ଧାର ହର୍ଷିତା ରାଉତ ଓ କଟକର ସ୍ମୃତି ସ୍ୱାଇଁ ଯୋଡି ସଫଳତା ହାସଲ କରିଛନ୍ତି । ଅନୁଗୁଳ ଜିଲ୍ଲାର ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଏବଂ ଅନୁଗୁଳ ଜିଲ୍ଲାରେ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କାରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହା ଯାଇଛି । Advertisement
ଉଦଯାପିତ ହେଲା ଫୁଟସଲ – ୨୦୨୩ , ଜୋସ ଟିମ ଚମ୍ପିୟାନ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ…
କ୍ରୀଡାବିଦଙ୍କୁ ଉପଖଣ୍ଡ କ୍ରୀଡା ସଂଘର ଉପେକ୍ଷା ଅଭିଯୋଗ ଅନୁଗୁଳ – ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି…
ଆସନ୍ତା ଚାରି ତାରିଖରୁ ହେମସୁରପଡା କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଆସନ୍ତା ଡିସେମ୍ବର ୪ ତାରିଖରୁ ୧୧ ତାରିଖ ଯାଏ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଟାଉନ ହାଇସ୍କୁଲ ପଡ଼ିଆରେ ହେମସୁରପଡା କପ ଫୁଟବଲ…