ଅପରାଧ ଲିଙ୍ଗରାଜ କୋଇଲା ଖଣିରେ ଓଆଇଏସଏଫ ର ଚଢ଼ାଉ Angul OnlineSeptember 9, 2022September 9, 2022 ତାଳଚେର – ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କୋଇଲାଖଣି ସୁରକ୍ଷା ଦାଇତ୍ୱ ରେ ଥିବା OISF କର୍ମଚାରୀଙ୍କ ଦ୍ୱାରା ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରା ଯାଇଥିଲା । ଖଣିର ଲୋକାଲ ସେଲ plot ରୁ ଚୋରାରେ କୋଇଲା ଲୋଡିଙ୍ଗ କରୁଥିବା ସମୟରେ ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ କରିଛି । ରାତି ପ୍ରାୟ ଗୋଟାଏ ବେଳେ କୋଇଲା ଚୋରି କରୁଥିବା ଅବସ୍ଥାରେ OISF ଟିମ ଏହି ଗାଡି ସବୁ ଜବତ କରିଥିବା ବେଳେ ଗାଡି ଗୁଡିକର ଚାଳକ ସମେତ ଚୋର ଚମ୍ପଟ ମାରିଥିଲେ । ତେବେ କଡା ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି plot ଭିତରକୁ ଗଲା ତାହା ସନ୍ଦେହ ସୃଷ୍ଟି କରିଛି । ଘଟଣା ସ୍ଥଳରେ ତାଳଚେର ସଦର ପୋଲିସ ପହଁଚି ଛାନ ଭିନ ଆରମ୍ଭ କରିଛି । Advertisement
ଭିଜିଲାନ୍ସ ଜାଲରେ ଆର ଆଇ ଅନୁଗୁଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ ଆରଆଇ ବାବୁ ଧରା ପଡିଛନ୍ତି । ବାବୁ ଜଣଙ୍କ ହେଲେ ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା…
ଜେଲ ସାମନାରୁ ଚୋରୀ – ସିସି ଟିଭିରେ କଏଦ ହେଲା ଚୋରର କାରନାମା ଅନୁଗୁଳ – ଅନୁଗୁଳ ସଦର ମହକୁମା ଜେଲ ଛକରୁ ସାଇକେଲ ଚୋରୀ । ରାସ୍ତାରେ ଯାଉଥିବା ବେଳେ ସାଇକେଲ ଥୁଆ ହୋଇଥିବା ଦେଖି ମଉକାର ଫାଇଦା ଉଠାଇ…
ଜଙ୍ଗଲରୁ ବନ୍ଧୁକ ଏବଂ ଧନୁ ତୀର ସହ ଶିକାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବନାଞ୍ଚଳର ନିଜିଗଡ଼ ସଂରକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ୨ ଜଣ ଶିକାରୀଙ୍କୁ ଗିରଫ କରିଛି ପାଲଲହଡା ବନବିଭାଗ ।…