ମୁଖ୍ୟ ଖବର ହାତୀ ଆକ୍ରମଣରେ ବୃଦ୍ଧ ମୃତ Angul OnlineApril 18, 2023April 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ସେହି ଗାଁର ରମେଶ ଦେହୁରୀ । ସୂଚନା ଅନୁସାରେ ରମେଶ ଆଜି ଭୋର ସମୟରେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ତେବେ ସେଠାରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ରମେଶଙ୍କ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବନ ବିଭାଗ ଓ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । Advertisement
ପୋଖରୀରେ ବୁଡି ଦୁଇ ନାବାଳିକା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୁରୁମଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । କୁରୁମଛକ ନିକଟସ୍ଥ ଏକ ପୋଖରୀରେ ବୁଡି ଗାଁର ଦୁଇ…
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ…