ସମସ୍ୟା ବସଷ୍ଟାଣ୍ଡରେ ଟଳି ପଡିଲା ପୁରୁଣା ଗଛ – ଅଳ୍ପକେ ବର୍ତ୍ତିଲେ ଅନେକ ଲୋକ Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡଠାରେ ଆଜି (ମଙ୍ଗଳବାର) ସନ୍ଧ୍ୟା ପ୍ରାୟ ୯ ଟା ସମୟରେ ଥିବା ଏକ ପ୍ରାୟ ଏକ ଶହ ବର୍ଷ ବିରାଟ ଅଶ୍ୱସ୍ଥ ଗଛ ଉପୁଡ଼ି ପଡିବା ଫଳରେ ସେଠାରେ ଥିବା ଉଠା ଦୋକାନୀ ଓ ପଥଚାରୀ ଅଳ୍ପକେ ବର୍ତିଯାଇଛନ୍ତି । ତେବେ ଆଠ ମୋଟରସାଇକେଲ ଓ କିଛି ଉଠା ଦୋକାନୀଙ୍କ ଦୋକାନ ସାମଗ୍ରୀ ଚାପି ହୋଇ ନଷ୍ଟ ହୋଇ ଯାଇଛି । ଗଛ ଉପୁଡିବା ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଗଛକୁ କାଟି ହଟାଇବାକୁ ଚେଷ୍ଟା କରିଥିଲେ । ତେବେ ପବନ ବହୁ ନଥିବା ବେଳେ ଏତେ ବଡ଼ କିଭଳି ହଠାତ ଭାଙ୍ଗି ଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଛଟି ବହୁ ପୁରୁଣା ହୋଇଥିବା ବେଳେ ମୂଳ ନଷ୍ଟ ହୋଇ ଯାଇଥିବା ଯୋଗୁଁ ଭାଙ୍ଗି ଯାଇଥିବା ସନ୍ଦେହ କରା ଯାଉଛି । ତେବେ ସେ ଯାହା ହେଉ ନା କାହିଁକି ସେହି ସମୟରେ ସେଠାରେ ଅନେକ ଲୋକଙ୍କ ଯିବାଆସିବା ଥିବା ବେଳେ କୌଣସି ଜୀବନହାନୀ ହୋଇ ନଥିବା ଯୋଗୁଁ ଏକ ବଡ଼ ଅଘଟଣରୁ ରକ୍ଷା ମିଳି ଯାଇଛି । Advertisement
ମାର୍ଚ୍ଚ ପହିଲାରୁ ଜଳକଷ୍ଟ – ଜଳ ଯୋଗାଣ ଦାବିରେ ରାସ୍ତାରୋକ ଅନୁଗୁଳ – ମାର୍ଚ୍ଚ ମାସ ପହିଲାରୁ ଗ୍ରୀଷ୍ମ ପ୍ରବାହ କଷ୍ଟ ଦେଲାଣି । ଖରାର ପ୍ରକୋପରେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି । ଏପରିସ୍ଥଳେ ପାଣି…
କ୍ଷତିଗ୍ରସ୍ତ ପ୍ରଜାଙ୍କର ଆନ୍ଦୋଳନ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପର ଭୁ-ଅର୍ଜନ…
ନ୍ୟାୟ ପାଇବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି ଅନୁଗୁଳ – ଅନୁଗୁଳ ଥାନା କୁରୁଡ଼ୋଲ ପଞ୍ଚାୟତ ଘୁଞ୍ଚାପାଳ ଗ୍ରାମର ଝରଣା ନାଏକ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଝରଣା ନାଏକଙ୍କ ଅଭିଯୋଗ…