ମୁଖ୍ୟ ଖବର ସରକାରୀ ଡାକବଙ୍ଗଳାରୁ ଗଛ କଟା ଘଟଣା – ପୌରପାଳିକା କର୍ମଚାରୀ ଗିରଫ Angul OnlineJuly 19, 2021July 19, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା ସରକାରୀ ଡାକ ବଙ୍ଗଳାରୁ ୧୪ ତାରିଖ ବିଳମ୍ବିତ ରାତିରେ ମୂଲ୍ୟବାନ ଶାଗୁଆନ ଗଛ କାଟି ନେଇ ଯାଇଥିବା ଘଟଣାରେ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ବ୍ୟକ୍ତି ଜଣଙ୍କ ପୌରପାଳିକାର କର୍ମଚାରୀ ଦାମୋଦର ଗଜେନ୍ଦ୍ର ବୋଲି ଜଣା ପଡିଛି । ସୂଚନା ଅନୁସାରେ ସରକାରୀ ଡାକ ବଙ୍ଗଳାରୁ ଗଛ କଟା ଯାଇ ଚୋରୀ ହୋଇଥିବା ଅଭିଯୋଗ ପରେ ତାଳଚେର ବନବିଭାଗ ଡାକବଙ୍ଗଳାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ତାଳଚେର ପୌରପାଳିକାର କିଛି କର୍ମଚାରୀ ଏହି ସବୁ ଶାଗୁଆନ ଗଛ କାଟିବା ସହିତ ସେହି କାଠ ସବୁକୁ ନେଇ ପୌରପାଳିକା ଅଧୀନ ଏକ କଲୋନୀର କ୍ୱାଟରରେ ଭର୍ତ୍ତି କରି ରଖିଥିବା ଜାଣିବାକୁ ପାଇଥିଲେ । ଆଉ ସେହି କ୍ୱାଟରରୁ କଟା ହୋଇଥିବା ଶାଗୁଆନ ଗଛ ସବୁକୁ ଜବତ ମଧ୍ୟ କରା ଯାଇଥିଲା । ବନ ଅଧିକାରୀ ତ୍ରିଲୋଚନ ବେହରା ଉକ୍ତ ଶାଗୁଆନ ଗଛକୁ ବେଆଇନ ଭାବେ କଟାଯାଇଥିବା କହିଥିବା ବେଳେ ଏହି ଗଛ କାଟିବା ପାଇଁ କୌଣସି ଅନୁମତି ନିଆ ଯାଇ ନଥିବା କହିଥିଲେ । ଆଉ ଏହି ଘଟଣାର ଅଧିକ ତଦନ୍ତ ବେଳେ ତାଳଚେର ପୌରପାଳିକାରେ ଅମୀନ ଭାବେ କାମ କରୁଥିବା ଦାମୋଦର ଗଜେନ୍ଦ୍ର ଗଛ କାଟିବା ବେଳେ ନିଜେ ଉପସ୍ଥିତ ରହି ଗଛ କଟାଇଥିବା ଜଣାଇବା ପରେ ତାଙ୍କୁ ଗିରଫ କରା ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜଣେ ଅମୀନ ସରକାରୀ ଡାକ ବଙ୍ଗଳା ଭିତରୁ ମୁଲ୍ୟବାନ ଶାଗୁଆନ ଗଛ କାଟିବାକୁ ସାହସ କେମିତି କଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଶାଗୁଆନ ଗଛ କାଟିବା ପଛରେ ପ୍ରକୃତରେ କାହାର ହାତ ଅଛି ତାକୁ ବନ ବିଭାଗ ଖୋଜି ବାହାର କରିବା ଆବଶ୍ୟକତା ଅଛି ବୋଲି ସାଧାରଣରେ ଦାବି ହେଉଛି । Advertisement
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ବର୍ଷକୁ ୬୦ ହଜାର ଲୋକ ସାପ କାମୁଡାରେ ମୃତ୍ଯୁ ମୁଖରେ ପଡୁଛନ୍ତି – ଡା. ପି ଗୌରୀ ଶଙ୍କର ଅନୁଗୁଳ – କଳିଙ୍ଗ ଫାଉଡେସନ ଓ ପିପୁଲ ଫର ଆନିମଲ ପକ୍ଷରୁ ଓଡିଶା ବନ ବିଭାଗ ସହାୟତାରେ ଅନୁଗୁଳ ଫରେଷ୍ଟ ଟ୍ରେନିଂ କଲେଜ ଠାରେ ଏକ ସାପ…
ଘର ଭିତରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ କୁମଣ୍ଡ ଗାଁର ଗାଣ୍ଡୁ ପଡ଼ିଆର ଏକ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ମାମି…