ମୁଖ୍ୟ ଖବର ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineNovember 21, 2024November 21, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣଙ୍କ ହେଲେ କୁଣ୍ଢେଇଗୋଳା ଥାନା ଦଲକ ଅଞ୍ଚଳର ବୁଦ୍ଧ ବେବ ନାଏକ ବୋଲି ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଦଲକ ଗାଁର ବୁଦ୍ଧଦେବ ନାଏକ ଶୁଶୁର ଘର ବାଲିନାଳୀ ଗାଁକୁ ସମ୍ପର୍କୀୟଙ୍କ ଜନ୍ମ ଦିନରେ ଯୋଗ ଦେବା ପାଇଁ ଆସିଥିବା ବେଳେ ବସରେ ଘରକୁ ଯିବା ପାଇଁ ରାସ୍ତାରେ ବସ ଷ୍ଟାଣ୍ଡ ନିକଟକୁ ଚାଲି ଚାଲି ଆସୁଥିଲେ । କିନ୍ତୁ ସକାଳେ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟରେ ତାଙ୍କର ମୃତ ଦେହ ପଡ଼ିଥିବା ଖବର ପାଇ ଛେଣ୍ଡିପଦାକୁ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛି । ପ୍ରାଥମିକ ତଦନ୍ତରୁ ତଥା ପାରିପାର୍ଶ୍ଵିକ ସ୍ଥିତିରୁ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରିଛି । ଏନେଇ ଛେଣ୍ଡିପଦା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଯୁବକଙ୍କ ମୃତ ଦେହକୁ ଜବତ କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ କରାଇବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । Advertisement
ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରିରୁ ହେଲେ ବିଦା ଅନୁଗୁଳ – ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଛି । ଏପରିସ୍ଥଳେ ଅନୁଗୁଳ ଜିଲ୍ଲା…
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…
‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ – ପହଞ୍ଚିଲେ ମଧ୍ୟପ୍ରଦେଶ ଟିମ ଅନୁଗୁଳ – ଆଜି ଠାରୁ ସାତକୋଶିଆରୁ ବାଘୁଣୀ ‛ସୁନ୍ଦରୀ’ର ବାହୁଡା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥି ପାଇଁ ରବିବାର ଅପରାହ୍ନରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର…