ମୁଖ୍ୟ ଖବର ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ Angul OnlineOctober 22, 2021October 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ସୂଚନା ଅନୁସାରେ ଯୋଗେଶ୍ୱର ସବୁଦିନ ଭଳି ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ । ହେଲେ ଗାଁ ମୁଣ୍ଡରେ ମୃତ୍ୟୁ ଯେମିତି ଛକି ରହିଥିଲା । ଭୋର ପ୍ରାୟ 4 ଟା ବେଳେ ହଠାତ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ହାତୀ ତାଙ୍କୁ କଚାଡି ଦେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି । Advertisement
ଅଭିଜିତ ଆତ୍ମହତ୍ୟା ମାମଲା – ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଅନୁଗୁଳ – ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲାରେ ଆଇନ ଅନୁଯାୟୀ ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସ.ପି.ଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ…
ବିବାଦ ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ – ରୋଗୀଙ୍କୁ ଝଡାଫୁଙ୍କା , ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ ଅନୁଗୁଳ – ବିବାଦ ପିଛା ଛାଡ଼ୁନି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର । ପୂର୍ବରୁ ୱାର୍ଡ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କାର ଅଭିଯୋଗ ଅନେକ ଥର ଆସିଛି…
କ୍ୟାମେରା ନଜରରେ ଅନୁଗୁଳ ସହର ଅନୁଗୁଳ – ସିସି ଟିଭି ନଜରରେ ରହିବ ଅନୁଗୁଳ ସହର । ମୁଖ୍ୟ ବଜାର ସମେତ ଗଳିକନ୍ଦିରେ ଲାଗିବ ସିସି ଟିଭି କ୍ୟାମେରା ଅନୁଗୁଳ ପୌରପାଳିକା ପକ୍ଷରୁ…