ଅପରାଧ ମା’କୁ ପିଟିପିଟି ହତ୍ୟା କଲା ସଇତାନ ପୁଅ Angul OnlineNovember 24, 2024November 24, 2024 ଅନୁଗୁଳ – ଜନ୍ମ କଲା ପୁଅ ହେଲା ସଇତାନ, ମା କୁ ପିଟି ପିଟି ହତ୍ୟା କଲା ପୁଅ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଆଜି ସକାଳ ସମୟରେ ସୁସୁଡା ଗ୍ରାମର ସୁଧାକର ନାଏକ ଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ (୭୦)କୁ ପିଟି ପିଟି ହତ୍ୟା କରିଥିଲା । ଏ ଖବର୍ ଗାଁ ଲୋକ ଜାଣିବା ପରେ ପୁଲିସ କୁ ଖବର ଦେଇଥିଲେ । ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିବା ସହ ମା କୁ ହତ୍ୟା କରିଥିବା ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି । ତେବେ କାହିଁକି ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି । ଅନେକ ସମୟରେ ସେ ଏଭଳି ମା କୁ ମାଡ଼ ମାରିଥାଏ , ଆଉ ଆଜି ମଧ୍ୟ ମଦ ପିଇ ମାଙ୍କ ଝଗଡା କରିଥିଲା ବୋଲି ପଡୋଶୀ ମାନେ ସୂଚନା ଦେଇଛନ୍ତି । Advertisement
ଆଠ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ , ଜଣେ ଗିରଫ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ହାବୁଡ଼ରେ ବ୍ରାଉନସୁଗାର ବେପାରୀ । କାରରେ ବିକ୍ରି କରିବାକୁ ଯାଉଥିବା ବେଳେ ତା ନିକଟରୁ ୮୦ ଗ୍ରାମ…
ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ…
କପି ପାଇଁ ଲାଞ୍ଚ ନେଇ ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ କାରାଦଣ୍ଡାଦେଶ ଅନୁଗୁଳ – ପରୀକ୍ଷାରେ କପି ଦେବା ପାଇଁ ଲାଞ୍ଚ ନେବା ମାମଲାରେ ସ୍କୁଲର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ଓ ସ୍କୁଲ ପିଅନକୁ ୩ ବର୍ଷ…